fbpx

ଭଦ୍ରକ ହିଂସା: ୪୮ ଘଣ୍ଟା ବୃଦ୍ଧି ହେଲା ଇଣ୍ଟରନେଟ୍ କଟକଣା, ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି

ଭଦ୍ରକ: ଭଦ୍ରକରେ ଆଉ ୪୮ ଘଣ୍ଟା ବୃଦ୍ଧି ହେଲା ମୋବାଇଲ ଇଣ୍ଟରନେଟ୍ କଟକଣା । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ । କିନ୍ତୁ ଲିଜ୍ ଲାଇନ୍ ସେବା ଚାଲୁ ରହିବ । ପୂର୍ବଭଳି ଧାର୍ଯ୍ୟ ଅଞ୍ଚଳରେ ଧାରା ୧୬୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ ବୋଲି କହିଛନ୍ତି ଶ୍ରୀ ନାୟକ । କହିରଖୁଛୁ ଭଦ୍ରକ ହିଂସାରେ ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.