fbpx

ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ, ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ ପାଇଁ ନେଲେ ଏଭଳି ନିଷ୍ପତ୍ତି

Advertisement

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ଭକ୍ତ ଚରଣ ଦାସ । କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ ପାଇଁ ପଦ ଛାଡ଼ିବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଭକ୍ତ । କହିରଖୁଛୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ ।

Get real time updates directly on you device, subscribe now.