fbpx

(Video) ଭାରତ ବନ୍ଦ: ପାଟଣାରେ ହଙ୍ଗାମା, ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାଳନା

ଓଡ଼ିଶା ଭାସ୍କର(ପାଟଣା): ଭାରତ ବନ୍ଦ ସମୟରେ ପାଟଣାରେ ଉତ୍ତେଜନା ଦେଖାଦେଇଛି। ଏଠାରେ ବନ୍ଦ ସମର୍ଥକ ପୋଲିସ ସହ ସଂଘର୍ଷ କରିଛନ୍ତି। ପୋଲିସ ବନ୍ଦ ସମର୍ଥକଙ୍କ ଉପରେ ଲାଠିଚାର୍ଜ କରିଛି। ତେବେ ଏହି ବିକ୍ଷୋଭକାରୀମାନେ ଗାନ୍ଧୀ ପଡିଆରୁ ଆଗକୁ ଯାଉଥିଲେ। ଏହାରି ମଧ୍ୟରେ ଜେପି ଗୋଲମ୍ବର ପାଖରେ ବ୍ୟାରିକେଡିଙ୍ଗ କରାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ଯାଉଥିଲେ। ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ରୋକିଥିଲେ ସୁଧା ବିକ୍ଷୋଭକାରୀମାନେ ଆଗକୁ ଯାଇ ବଙ୍ଗଲା ଚୌରାହେ ପର୍ଯ୍ୟନ୍ତ ପହଞ୍ଚିଥିଲେ। ପରିସ୍ଥିତିକୁ ଆୟତ୍ତ କାରିବା ପାଇଁ ଏବଂ ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି।

ସଂରକ୍ଷଣ ବଚାଓ ସଂଘର୍ଷ ସମିତି ଏବଂ ବିଭିନ୍ନ ସଂଗଠନମାନଙ୍କ ଦ୍ୱାରା ଭାରତ ବନ୍ଦର ସବୁଠୁ ଅଧିକ ପ୍ରଭାବ ବିହାରରେ ଦେଖିବାକୁ ମିଳୁଛି। ଏଠାରେ ବୁଧବାର ସକାଳେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଟ୍ରେନ ଏବଂ ବସ ସର୍ଭିସରେ ପ୍ରଭାବ ପଡିଛି। ଅନେକ ସ୍ଥାନରେ ଟ୍ରେନକୁ ରୋକା ଯିବାର ଖବର ରହିଛି।

ବିହାର ରାଜ୍ୟର ବିଭିନ୍ନ ଜାତୀୟ ରାଜପଥକୁ ମଧ୍ୟ ବ୍ଲକ କରାଯିବାର ଖବର ରହିଛି। ଏଥିସହ ଯାତାୟାତରେ ପ୍ରଭାବ ପଡିଛି। ବିହାରରେ ଭାରତ ବନ୍ଦକୁ ଆରଜେଡି, ଏଲଜେପି ଭଳି ଆଞ୍ଚଳିକ ଦଳକୁ ସମର୍ଥନ ମିଳିଛି। ଏହି କାରଣରୁ ବିହାରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

Get real time updates directly on you device, subscribe now.