fbpx

ମାର୍ଚ୍ଚ ୩୦ରେ ଦିଆଯିବ ଭାରତ ରତ୍ନ: ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବେ । ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ସରକାର ସମ୍ମାନିତ କରିବେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମହା ରାଓ, କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ନେଇ କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ଦେଶର ୪୮ ଜଣ ବ୍ୟକ୍ତି ଭାରତ ରତ୍ନ ପୁରସ୍କାର ଗ୍ରହଣ କରିଥିବା ବେଳେ ୧୭ ଜଣଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଥିଲା । ୧୯୫୪ ମସିହାରେ ସ୍ୱାଧିନତା ସଂଗ୍ରାମର ମହାନ ଜନଜାୟକ ସି.ରାଜଗୋପାଳଚାରୀ, ଦେଶର ପ୍ରଥମ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ସି.ଭି ରମଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ସର୍ବାଧିକ ୩ ଜଣଙ୍କୁ ଗୋଟିଏ ବର୍ଷରେ ଭାରତ ରତ୍ନ ପ୍ରଦାନ ନେଇ ନିୟମ ରହିଛି । କଳା, ସାହିତ୍ୟ, ରାଜନୀତି, ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିତ୍ୱ, ବୈଜ୍ଞାନିକ, ଉଦ୍ୟୋଗପତି, ଲେଖକ ଓ ସମାଜସେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଦେଶର ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥାନ୍ତି ।

Get real time updates directly on you device, subscribe now.