fbpx

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL) ଗ୍ରାହକଙ୍କ ତଥ୍ୟ ଲିକ୍; ପ୍ରଭାବିତ ହୋଇପାରେ ବ୍ୟକ୍ତିଗତ ଗୋପନୀୟତା

ନୂଆଦିଲ୍ଲୀ: ବଡ଼ ଧରଣର ତଥ୍ୟ ଲିକ୍‌ର ଶିକାର ହୋଇଛି ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) । କଂପାନିର ଗ୍ରାହକଙ୍କ ବହୁ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ହୋଇଛି ଅଭିଯୋଗ । ହ୍ୟାକର୍‌ମାନେ କଂପାନିର ସର୍ଭରରେ ପ୍ରବେଶ କରି ତଥ୍ୟ ଚୋରାଇନେବା ସହ ତାହାକୁ ଡାର୍କ ୱେବ୍‌ରେ ଉପଲବ୍ଧ କରାଇଛନ୍ତି । ସୂଚନା ଅନୁସାରେ ବିଏସ୍‌ଏନ୍‌ଏଲ୍‌ର ଫାଇବର୍‌ ଓ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକଙ୍କ ତଥ୍ୟ ଲିକ୍ ହୋଇଛି । ଯେଉଁଥିରେ ରହିଛି ଗ୍ରାହକଙ୍କ ଇ-ମେଲ୍ ଠିକଣା, ବିଲ୍ ବିବରଣୀ, ଯୋଗାଯୋଗ ନମ୍ବର ଭଳି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

ଏନେଇ ସରକାରୀ ସାଇବର ନିରାପତ୍ତା ଏଜେନ୍ସି ସିଇଆର୍‌ଟି-ଇନ୍‌କୁ ଏହି ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି । ସାଇବର ନିରାପତ୍ତା ବିଶେଷଜ୍ଞମାନଙ୍କ ମତରେ ଗ୍ରାହକଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିବାରୁ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେମାନେ ପରିଚୟ ଚୋରି, ଆର୍ଥିକ ଠକେଇ ଓ ଫିସିଂ ଆକ୍ରମଣ ଶିକାର ହୋଇପାରନ୍ତି । ସେଥିପାଇଁ ଆଗକୁ BSNL ଗ୍ରାହକଙ୍କ ପାଇଁ ବିପଦ ଆସିପାରେ।

Get real time updates directly on you device, subscribe now.