fbpx

ଭରତପୁର ଥାନା ବିବାଦ: ନ୍ୟାୟିକ ନିର୍ଦ୍ଦେଶ ପରେ ନରମିଲା ସ୍ୱର

ଭୁବନେଶ୍ୱର: ଭରତପୁର ଥାନା ବିବାଦ ଗତ କିଛି ଦିନ ଧରି ରାଜ୍ୟ ତଥା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ରାଜ୍ୟ ତଥା କେନ୍ଦ୍ର ବିଜେପି ସରକାର ବିରୋଧରେ ବହିଥିଲା ହାଓା୍ୱ । ଗୋଟିଏ ପଟେ ବିଜେଡି, କଂଗ୍ରେସ ଓ ବିଭିନ୍ନ ବିରୋଧୀ ଦଳ ଘଟଣାରେ ବିଜେପିକୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ସେନା ଓ ପୋଲିସ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ରାଜ୍ୟ ସରକାର ଘଟଣାର ବିଚାରବିଭାଗୀୟ ତଦନ୍ତ ଦେଲେ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ ଓ ୬୦ ଦିନରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଦିଆଯାଇଛିା

ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଏହି ବିବାଦରେ ଲାଗିଛି ବ୍ରେକ୍ । ତଦନ୍ତ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଯୁବତୀଙ୍କ ବାପା କହିଛନ୍ତି, ଆଶା ପୀଡିତାକୁ ନିଶ୍ଚିତ ନ୍ୟାୟ ମିଳିବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲୁ, ସବୁ କଥା ଜଣାଇଲୁ ଓ ତାଙ୍କଠାରୁ ସକାରାତ୍ମକ ରେସ୍ପୋନ୍ସ ମିଳିଛି । ଆମକୁ ଏଥିରେ ଆଉ କିଛି ଦରକାର ନାହିଁ, ଝିଅକୁ ନ୍ୟାୟ ମିଳିବା ଦରକାର । ସରକାରଙ୍କ ଉପରେ ଆମର ବିଶ୍ୱାସ ରହିଛି ।

ସେପଟେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଓ ବିଚାରପତି ନିଯୁକ୍ତି ପରେ ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ଘଟଣାକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଓ ୬୦ ଦିନ ଭିତରେ ତଦନ୍ତ ସାରିବେ କହିଛନ୍ତି । ଏଥିସହ ଘଟଣାରେ ପୀଡିତା ପ୍ରତି କୌଣସି ଆଞ୍ଚ ଆସିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି । ତେଣୁ ଆମେ ଆଶ୍ୱସ୍ତ ।

ଅନ୍ୟପଟେ, ସରକାରର ପଦକ୍ଷେପ ପରେ ବିଜେଡି ମଧ୍ୟ ଚୁପ ରହିବାକୁ ବାଧ୍ୟ ହୋଇଛି । ଘଟଣାକୁ ନେଇ ବିଜେଡି ମାଇଲେଜ ନେବାକୁ ଚେଷ୍ଟା କରୁଥିଲା । ସେଥିପାଇଁ ମଙ୍ଗଳବାର ଦେଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଏବେ ସମସ୍ତଙ୍କୁ ଆସନ୍ତା ୬୦ ଦିନ ଯାଏ ଅପେକ୍ଷା କରିବାକୁ ହେବ । ତଦନ୍ତ ପରେ କିଏ ସତ କହୁଛି ତାହା ଜଣାପଡିବ ।

Get real time updates directly on you device, subscribe now.