fbpx

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ଦମୟନ୍ତୀ ଓ ସିଦ୍ଧାନ୍ତ ମହାପାତ୍ର

ଓଡ଼ିଶା ଭାସ୍କର: ବିଜେପିରେ ମିଶିଲେ ରାଜ୍ୟ ରାଜନୀତିର ବଡ଼ ଚେହେରା। ବିଜେଡ଼ିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅନ୍ୟପଟେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ତେବେ କେନ୍ଦ୍ରାପଡା ଓ କଟକ ଲୋକସଭାରୁ ଅନୁଭବଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିରେ ସାମିଲ ହେଉଥିବା କୁହାଯାଉଛି। କାରଣ ଉଭୟ କେନ୍ଦ୍ରାପଡା ଓ କଟକ ପାଇଁ ବିଜେଡି ଅନ୍ୟ ଦୁଇ ଜଣଙ୍କୁ ପ୍ରାର୍ଥୀ କରି ସାରିଛି। କଟକରୁ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର କେନ୍ଦ୍ରାପଡାରୁ ଅନୁଭବଙ୍କ ଟିକେଟ କାଟି ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି ବିଜେଡି। ଅନ୍ୟପଟେ ବିଜେପି କେନ୍ଦ୍ରାପଡା ପାଇଁ ବୈଜନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଯାଏଁ କଟକ, ଯାଜପୁର ଓ କନ୍ଧମାଳ ପାଇଁ କାହାକୁ ପ୍ରାର୍ଥୀ କରିନି ବିଜେପି।

Get real time updates directly on you device, subscribe now.