fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ଘରକୁ ଆସିଲା ଲକ୍ଷ୍ମୀ, ଝିଅକୁ ଜନ୍ମ ଦେଲେ ପତ୍ନୀ ଗୁରପ୍ରୀତ

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘର ଖୁସିରେ ପରିପୂର୍ଣ୍ଣ। ତାଙ୍କ ପତ୍ନୀ ଡାକ୍ତର ଗୁରୁପ୍ରୀତ କୌର ଗୁରୁବାର ଦିନ ଏକ ଝିଅ ଜନ୍ମ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଭଗବାନ ମୋତେ ଏକ ଝିଅ ଆକାରରେ ଉପହାର ଦେଇଛନ୍ତି। ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି। ”

ମୁଖ୍ୟମନ୍ତ୍ରୀ ମାନ ୫୦ ବର୍ଷ ବୟସରେ ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ୨ ସନ୍ତାନ ଅଛନ୍ତି। ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ଉଭୟ ପିଲା କାନାଡାରେ ରୁହନ୍ତି। ପୂର୍ବ ପତ୍ନୀଙ୍କୁ ସେ ୨୦୧୫ ରେ ଛାଡପତ୍ର ଦେଇଥିଲେ। ଏଥି ସହିତ, ଭାଗବତ ମନଙ୍କୁ ସୋସିଆଲ ମିଡିଆରେ ଲୋକେ ପିତା ହେବାର ଅଭିନନ୍ଦନ ଜଣାଇଛନ୍ତି।

Get real time updates directly on you device, subscribe now.