fbpx

ଭୌମ ପ୍ରଦୋଷ ବ୍ରତ: ଏହି କାମ କଲେ ମିଳିବ ହନୁମାନଙ୍କ ଅଶେଷ କୃପା

ନୂଆଦିଲ୍ଲୀ: ଚୈତ୍ର ନବରାତ୍ରି ପୂର୍ବରୁ ପାଳନ ହେଉଛି ଭୌମ ପ୍ରଦୋଷ ବ୍ରତ ଆଜି ପାଳିତ ହେଉଛି । ମାର୍ଚ୍ଚ ମାସର ଏହା ଅନ୍ତିମ ତଥା ଚୈତ୍ର ମାସର ପ୍ରଥମ ପ୍ରଦୋଷ ବ୍ରତ । ଅପରାହ୍ନ ୨.୩୮ ମିନିଟରୁ ଏହି ଶୁଭ ମୂହୂର୍ତ୍ତର ପ୍ରାରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା କାଲି ଦ୍ୱି ପ୍ରହର ୧.୧୯ ମିନିଟ ଯାଏଁ ଏହି ମୂହୁର୍ତ୍ତ ରହିବ । ଏହି ସମୟରେ ପୂଜା ପାଇଁ ସନ୍ଧ୍ୟା ୬.୩୭ ମିନିଟ ସମୟରୁ ୮.୫୭ ଯାଏଁ ଶୁଭ ମୂହୂର୍ତ୍ତ ରହିଛି । ଏହି ମୂହୁର୍ତ୍ତରେ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିପାରିବ ।

ପୁରାଣ ଅନୁଯାୟୀ ଏକ ସହରରେ ଜଣେ ବୃଦ୍ଧା ନିଜ ପୁଅ ସହିତ ରହୁଥିଲା । ମା’ ହନୁମାନଙ୍କ ଭକ୍ତ ଥିବା ବେଳେ ପ୍ରଭୁ ଭକ୍ତିର ପରୀକ୍ଷା ନେବାକୁ ସ୍ଥିର କରିଥିଲେ । ଦିନେ ହନୁମାନ ଭକ୍ତଙ୍କ ପରୀକ୍ଷା ନେବାକୁ ନିଶ୍ଚିତ କଲେ ଆଉ ବ୍ରାହ୍ମଣ ବେଶ ଧରି ବୃଦ୍ଧାଙ୍କ ଘରେ ପହଞ୍ଚିଲେ । ଯଦି କେହି ହନୁମାନ ଭକ୍ତ ଅଛନ୍ତି ତାହେଲେ ମୋ ଇଚ୍ଛା ପୂରଣ କରନ୍ତୁ । ବୃଦ୍ଧା ଜଣଙ୍କ ବାହାରକୁ ଆସିବା ସହିତ ବ୍ରାହ୍ମଣଙ୍କ ଇଚ୍ଛା ପଚାରିଥିଲେ । ବ୍ରାହ୍ମଣ କହିଲେ ଘର ଲିପିବା ସହିତ ମୋତେ ଖାଇବାକୁ ଦେବାର ବଚନ ଦିଅ । ବୃଦ୍ଧା ଜଣଙ୍କ ବଚନ ଦେବା ପରେ ବ୍ରାହ୍ମଣ ବେଶରେ ଥିବା ହନୁମାନ କୁହନ୍ତି ତୁମ ପୁଅର ପିଠି ଉପରେ ରୋଷେଇ କରି ମୋତେ ଖାଇବାକୁ ଦିଅ । ବଚନବଦ୍ଧ ବୃଦ୍ଧା ଜଣଙ୍କ ନିଜ ପୁଅକୁ ତଳେ ପକାଇ ପିଠିରେ ଚୁଲି ଲଗାଇଥିଲେ । ହନୁମାନ ଖାଦ୍ୟ ଗ୍ରହଣ କରିବା ପରେ ନିଜର ସ୍ୱରୂପ ଦର୍ଶନ କରାଇବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଦିନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ସକଳ ମନୋକାମନା ସମ୍ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

Get real time updates directly on you device, subscribe now.