ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼ କରାଯାଇଛି । ଉତ୍ତରପ୍ରଦେଶର ସାହାରନପୁରଠାରେ କିଛି ଅଜଣା ଦୁର୍ବୃତ୍ତ ଆଜାଦଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣପାଡ଼ିଛି । ସାହାରନପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ସମୟରେ ଅଚାନକ ଆଜାଦଙ୍କୁ ଉପରେ ଗୁଳିମାଡ଼ କରାଯାଇଥିଲା ।

ସୂଚନା ମୁତାବକ, ଆକ୍ରମଣକାରୀମାନେ ହରିୟାଣାର ନମ୍ବର ପ୍ଲେଟ ଥିବା ଏକ କାରରେ ଆସିଥିଲେ । ଏହାପରେ ସେମାନେ ଆଜାଦଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଆହତ ଅବସ୍ଥାରେ ଆଜାଦଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆଜାଦ ତାଙ୍କର କର୍ମକର୍ତ୍ତାଙ୍କ ସହିତ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିବା ସାରାରନପୁର ଏସଏସପି ସୂଚନା ଦେଇଛନ୍ତି ।

ଆଜାଦ ନିଜ ଘରକୁ ଫେରୁଥିବା ସମୟରେ ଏହି ଗୁଳିମାଡ଼ କରାଯାଇଥିଲା । ଦେବବନ୍ଦଠାରେ ରାସ୍ତା ମଝିରେ ଅଚାନକ ତାଙ୍କ ଦଳ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଦେଇଥିଲେ । ପଛଆଡ଼ୁ ଆସୁଥିବା ହରିୟାଣା ନମ୍ବର ଥିବା ଗାଡ଼ିରେ ବସି ଆକ୍ରମଣକାରୀମାନେ ଫାୟାରିଂ କରିଥିଲେ । ମୋଟ ୪ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ତେବେ ଦୁର୍ବୃତ୍ତଙ୍କୁ ଆଜାଦଙ୍କ ସହଯୋଗୀମାନେ ଚିହ୍ନଟ କରିଥିବା ଜଣାପଡ଼ିଛି । ଆକ୍ରମଣ କରି ଦୁର୍ବୃତ୍ତମାନେ କାରକୁ ବୁଲାଇ ଫେରିଯାଇଥିଲେ । ଏବେ ଆଜାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

भीम आर्मी चीफ चंद्रशेखर आजाद अस्पताल में भर्ती कराए गए