ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱର ପାଳୁଛି ୭୭ତମ ପ୍ରତିଷ୍ଠା ଦିବସ । ଲୋକସେବା ଭବନ ଓ ବିଧାନ ସୌଧ ମାର୍ଗରେ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବାଚସ୍ପତି । ପୋଲିସ ସହ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ପରେଡରେ ସାମିଲ ହୋଇଛନ୍ତି ।
ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କଲେ ବାଚସ୍ପତି । କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ମେୟରମାନେ ମଧ୍ୟ ସାମିଲ ହୋଇଛନ୍ତି ।
କର୍ପୋରେଟର୍ସଙ୍କ ସହ ରାଜଧାନୀ ବାସୀ ମଧ୍ୟ ପାଳିଛନ୍ତସି ପ୍ରତିଷ୍ଠା ଦିବସ ।