ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, 24 ଘଣ୍ଟାରେ ଝଡ଼ବର୍ଷା
ଆସୁଛି ବର୍ଷା । ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ।
ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ 19ରୁ 21 ବର୍ଷା ନେଇ ପୂର୍ବାନୁମାନ କରିଥିଲା। ଏହାରି ଭିତରେ ବର୍ତ୍ତମାନ 9 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଦିଆଯାଇଛି । ଆସନ୍ତା 24 ଘଣ୍ଚାରେ ଝଡ଼ବର୍ଷାର ସମ୍ଭାବନା ରହିଥିବା ବେଳେ 9 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
9 ଜିଲ୍ଲାକୁ ସତର୍କବାଣୀ- ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଝଡ଼ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ବର୍ଷା ସହିତ ପଡିବ କୁଆପଥର- ଘଡ଼ଘଡି ସହିତ କୁଆପଥର ବର୍ଷା ନେଇ 3 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବରକୁ ଚେତାବନୀ ଦିଆଯାଇଛି ।
ଏହାସହିତ 40ରୁ 50 କିମି ବେଗରେ ପବନ ବୋହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
୨୦ରେ ୩ ଜିଲ୍ଲାକୁ ଅରେଞ୍ଜ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୧ ତାରିଖରେ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ ଉପକୂଳରେ ବର୍ଷା ସମ୍ଭାବନା ରହିଛି ।