ଭୁବନେଶ୍ବର: ରାଜ୍ୟରେ କଲବଲ କରିସାରିଲାଣି ଲଘୁଚାପ ବର୍ଷା । ଧାନଫସଲ ପାଣିରେ ଭାସି ଯାଇଥିବା ବେଳେ ହତାଶ ଅବସ୍ଥାରେ ଚାଷୀକୂଳ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ରାଜ୍ୟରେ ବର୍ଷାର ପରିମାଣ କମିବା ସହିତ ଘନକୁହୁଡୁ ଦେଖାଯିବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ 3 ଘଣ୍ଟା ପାଇଁ 11 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ 3 ଘଣ୍ଟା ପାଇଁ ସତର୍କ ରହିବାକୁ କୁହାଯାଇଛି । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କୁହାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ , ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି ।
କିନ୍ତୁ ପଶ୍ଚିମାବାୟୁର ପ୍ରଭାବ ପୁଣି ଥରେ ଡରାଇଲାଣି । 27 ତାରିଖରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି । 27 ତାରିଖ ସନ୍ଧ୍ୟା କିମ୍ବା 28 ତାରିଖରେ ଉତ୍ତର ଏବଂ ପଶ୍ଚିମ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷା ଛାଡିବା ପରେ ଘନ କୁହୁଡି ହେବା ନେଇ ସତର୍କତା ଜାରି କରାଯାଇଛି । ଏନେ। ତେବେ ଆଗାମୀ 3 ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି ।