କଡ଼ାକଡ଼ି ହେଲା କୋଭିଡ୍ କଟକଣା, BMC ରେ ମାସ୍କ ନପିନ୍ଧିଲେ ମଳିବନି ଏହିସବୁ ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସମଗ୍ର ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି । ଖାଲି ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଦୈନିକ ସଂକମ୍ରଣ ମଧ୍ୟ ବୃଦ୍ଧି ପାଇଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏହାରି ମଧ୍ୟରେ ଶନିବାର ବିଏମସି ଭୁବନେଶ୍ୱରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ୍ ନିୟମ ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ ।

ନିୟମ ଅନୂଯାୟୀ ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି କେହିବି ବିନା ମାସ୍କରେ ମଲ୍, ଦୋକାନ ଓ ଷ୍ଟୋରକୁ ପ୍ରବେଶ ମନାକରାଯାଇଛି । ଦୋକାଦୀଙ୍କୁ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ଗୁଡ୍ସ ର ବାର୍ତ୍ତା ଲେଖିବାକୁ କୁହାଯାଇଛି । ଖାଲି ସେତିକି ନୁହେଁ ମାସ୍କ ନପିନ୍ଧିଲେ ପେଟ୍ରୋଲ ଟାଙ୍କିରେ ତେଲ ମଧ୍ୟ ମିଳିବ ନାହିଁ । ଏହା ସହ ଘରୋଇ ଓ ସରକାରୀ ଅଫିସରେ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।