ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଆଜି ସହରର ୬ଟି ଆପାର୍ଟମେଣ୍ଟରେ ଡୋରଷ୍ଟେପ ଭ୍ୟାକ୍ସିନେସନ ଅଭିଯାନ ଆରମ୍ଭ କରିଛି ।
ରେସିଡେଣ୍ଟ ୱେଲଫେୟାର ଆସୋସିଏସନର ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସୁବିଧାରେ ଟିକାକରଣ ପାଇଁ ବିଏମସି ଏହି ପଦକ୍ଷେପ ନେଇଛି । ଆଜି ଝାରପଡାସ୍ଥିତ ବାଲାଜୀ ଆପାର୍ଟମେଣ୍ଟ, ସହିଦ ନଗରରେ ବିଏମସି ଭବାନୀ ଏନକ୍ଲେଭ ଏବଂ ଡୁମଡୁମାରେ କସମୋପଲିସ ସମେତ ୬ଟି ଆପାର୍ଟମେଣ୍ଟରେ ଏହି ଡୋରଷ୍ଟେପ ଭ୍ୟାକ୍ସିନେସନ ଅଭିଯାନ କରିଥିବା ନେଇ ସୂଚନା ଦେଇଛନ୍ତି ବିଏମସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।
ସେ କହିଛନ୍ତି ପୂର୍ବରୁ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଆବେଦନ କରିଥିଲା । ପ୍ରତ୍ୟେକ ଆପାର୍ଟମେଣ୍ଟରେ ୨୦୦ ଲୋକଙ୍କୁ ଟିକା ଦେବା ପାଇଁ ନାଗରିକ ସଂସ୍ଥା ଲକ୍ଷ୍ୟ ରଖିଛି । ଏହାପୂର୍ବରୁ, ବିଏମସି ସହରର ଅନେକ ଆପାର୍ଟମେଣ୍ଟରେ କୋଭିଡ -୧୯ ପାଇଁ ଡୋରଷ୍ଟେପ ଟେଷ୍ଟିଂ ଅଭିଯାନ ମଧ୍ୟ କରିଥିଲା ।