fbpx

ଶୀଘ୍ର ମୋ ରୁମକୁ ଆସ୍, ନହେଲେ ମୁଁ ଆତ୍ମହତ୍ୟା କରିଦେବି!

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର) : ପ୍ରେମର ଆଉ ଏକ କରୁଣ ପରିଣତି । ପ୍ରେମରେ ରାଗ ରୁଷା ଥାଏ । ହେଲେ ସେହି ରାଗ କେତେବେଳେ ଯେ କେଉଁ ରୁପ ନିଏ ତାହା ବଖାଣିବା ଅସମ୍ଭବ । ଅନେକ ସମୟରେ ଏହି ଟିକେ ରାଗରୁଷା ମୃତ୍ୟୁ ଯାଏ ମଧ୍ୟ ବାଟ କଡେଇନିଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ପ୍ରେମିକ ଦେଖା କରିବାକୁ ଅମଙ୍ଗ ହେବାରୁ ଜିଦରେ ଆତ୍ମହତ୍ୟା କଲେ ପ୍ରେମିକା । ଗତକାଲି ଜାଗମରାସ୍ଥିତ ଏକ ଭଡାଘରୁ ଜଣେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଶେଷ ଥର ପାଇଁ ସେ ନିଜ ପ୍ରେମିକକୁ ଫୋନ୍ କଲରେ କହିଥିଲେ ଯେ, “ତୁ ଯେତେ ଶୀଘ୍ର ପାରୁଛୁ ମତେ ଆସି ରୁମ୍ ରେ ଦେଖାକର ନଚେତ୍ ମୁଁ ଆତ୍ମହତ୍ୟା କରିବି……..” । ହେଲେ ପ୍ରେମିକ ଜଣକ ଆସିବାରୁ ଅମଙ୍ଗ ହେବାରୁ ସେ ଆତ୍ମହତ୍ୟା କରିଥିଲେ ।

ସୁଚନା ଯେ, ଜଣେ ୪୩ ବର୍ଷିୟ ଶିକ୍ଷୟତ୍ରୀ ଗୋଟିଏ ୨୫ ବର୍ଷର ଛାତ୍ର ପ୍ରେମରେ ପଡିଯାଇଥିଲେ । ଶିକ୍ଷୟତ୍ରୀଙ୍କ ନାଁ ହେଉଛି ଶବନମ୍ ବର୍ମା । ସେ ବାଲିଅନ୍ତା ରଙ୍ଗବଜାରସ୍ଥିତ ବିଜେଇଏମ୍ ସ୍କୁଲରେ ଇଂରାଜୀ ପଢ଼ାନ୍ତି । ଆଉ ପାଠ ପଢ଼ାଇବା ଭିତରେ କେତେବେଳେ ସେ ଏକ ଛାତ୍ରର ପ୍ରେମର ପଡିଗଲେ ଜାଣିପାରିଲେନି । ଉକ୍ତ ଛାତ୍ରର ନାଁ ହେଉଛି ରୋହନ ଓରାମ । ଦୁଇଜଣଙ୍କ ପ୍ରେମ ଲିଭ୍-ଇନ୍ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଦୁହେଁ ଜାଗମରାସ୍ଥିତ ଏକ ଭଡାଘରେ ରହୁଥିଲେ । ବେଶ୍ କିଛି ଦିନ ଯାଏଁ ଦୁହେଁ ଖୁସିରେ ରହୁଥିଲେ । ହେଲେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଝଗଡା ମୁଣ୍ଡ ଟେକିଥିଲା । ଅନେକ ଦିନ ଲିଭ୍-ଇନ୍ ରେ ରହିବାପରେ ଶବନମ୍ ବିବାହ କରିବା ପାଇଁ ରୋହନ୍ ଉପରେ ଚାପ ପକାଇଲେ । ହେଲେ ରୋହନ୍ ଏଥିରେ ରାଜି ହୋଇନଥିଲା । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ରୋହନ୍ ଭଡାଘର ଛାଡି ଗୋଟିଏ ଓୟୋ ହୋଟେଲ୍ କୁ ଚାଲିଯାଇଥିଲା । ଏହାପରେ ଶବନମ୍ ତାକୁ ଫୋନ୍ କରି ରୁମ୍ କୁ ଡାକିଥିଲା । ହେଲେ ସେ ବହୁବାର କହିବା ପରେ ବି ନ ଆସିବାରୁ ଶବନମ୍ ଆତ୍ମହତ୍ୟା କରିଥିଲା । ଏହି ଖବର ପାଇ ପୋଲିସ ଉକ୍ତ ଭଡାଘରେ ପହଞ୍ଚିଥିଲା ଏବଂ ଶରୀରକୁ ପୋଷ୍ଟମଟମ୍ ପାଇଁ ପଠାଇଥିଲା । ଏଥିସହିତ ରୋହନ୍ କୁ ଅଟକ ରଖିଥିଲା । ପୋଲିସ୍ ସେଠାରେ ରହୁଥିବା ଲୋକମାନଙ୍କୁ ସେମାନଙ୍କ ବିଷୟରେ ପଚାରି ବୁଝିବା ସହିତ ଭଡାଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

ମାଲିକଙ୍କ କହିବାନୁସାରେ, ଶବନମ୍ ଭଡାଘରେ ଦୁଇ ବର୍ଷ ହେବ ରହୁଥିଲେ । ଅଧିକାଂଶ ସମୟ ରୋହନ୍ ସେହି ଘରକୁ ଯିବା ଆସିବା କରେ । ରୋହନକୁ ଶବନମ୍ ନିଜର ସମ୍ପର୍କିୟ ଭାଇ ବୋଲି ପରିଚୟ ଦେଇଥିଲା । ତେବେ ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଆତ୍ମହତ୍ୟା କରିବା ଦିନ ସକାଳେ ରୋହନ୍ ଶବନମ୍ ପାଖକୁ ଯାଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ବହୁତ ଜୋରରେ ଝଗଡା ହୋଇଥିଲା । ଏହାପରେ ରୋହନ୍ ପାତ୍ରପଡାସ୍ଥିତ ଓୟୋ ହୋଟେଲକୁ ଚାଲି ଯାଇଥିଲେ । ଏହାପରେ ଶବନମ୍ ତାଙ୍କୁ ଫୋନ୍ କରି ତାଙ୍କ ପାଖକୁ ଆସିବାକୁ ଧମକ ଦେଇଥିଲେ । ଏଥିସହିତ ମେସେଜ୍ ମଧ୍ୟ କରିଥିଲେ । ଆଉ ଏହି ମେସେଜ୍ ପାଇବା ପରେ ରୋହନଙ୍କୁ ଯେତେବେଳେ ସନ୍ଦେହ ହେଲା ସେ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ଫୋନ୍ କରି ପୁରା ଘଟଣା ବାବଦରେ ଜଣାଇଥିଲେ ।

ପୋଲିସ୍ ବର୍ତ୍ତମାନ ଘଟଣାର ଖୋଳତାଡ କରୁଛି । ଏଥିସହିତ ମୃତ୍ୟୁ ଦିନ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା । ଘଟଣାସ୍ଥଳରେ ଥିବା ଜିନିଷରୁ କିଛି ସୁରାକ୍ ମିଳିବ ପୋଲିସ୍ ଟିମ୍ ଆଶଙ୍କା କରୁଛି । ତେବେ ଖୁବ୍ ଶୀଘ୍ର ଏହା ଆତ୍ମହତ୍ୟା ନା ହତ୍ୟା ତାହା ସାମନାକୁ ଆସିଯିବ ।

Get real time updates directly on you device, subscribe now.