ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କୁ ମାରପିଟ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ ପିଟିସନ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ବିଭବ କୁମାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଥିଲେ ମଧ୍ୟ ସେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ ଏବଂ ଏହି ମାମଲାରେ ପ୍ରଭାବ ପକାଇ ପାରନ୍ତି ।
ବୁଧବାର ୧୦ ଜୁଲାଇରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଶୁଣାଣି ପରେ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସୁକ୍ରବାର ୧୨ ଜୁଲାଇରେ ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ କରାଯାଇଥିବା ମାମଲାରେ ନିଷ୍ପତ୍ତି ଶୁଣାଣି ହେବ ଯେ, ବିଭବ କୁମାରଙ୍କୁ ଜାମିନ ଦିଆଯିବ ବା ନାହିଁ । ବର୍ତ୍ତମାନ ଏହି କ୍ରମରେ ହାଇକୋର୍ଟ ନିଜର ନିଷ୍ପତ୍ତି ଶୁଣାଣି କରି ବିଭବ କୁମାରଙ୍କ ଜାମିନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦୁଇ ପକ୍ଷର ଡକ୍ୟୁମେଣ୍ଟ ତର୍ଜମା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।