fbpx

ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ! ବିଜେପିରେ ସାମିଲ୍ ହୋଇ ପାରନ୍ତି ଆରପିଏନ ସିଂହ

ଲଖନଉ : ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବହୁତ ବଡ ଝଟକା ଲାଗିପାରେ । ଖବର ଏହା ଯେ, କଂଗ୍ରେସର ବରିଷ୍ଟ ନେତା ଆରପିଏନ ସିଂହ ରବିବାର ଅର୍ଥାତ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇ ପାରନ୍ତି । ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିବା ଆରପିଏନ ସିଂହ ରବିବାର ବିଜେପି କାର୍ଯ୍ୟାଳୟ ଯାଇ ପାର୍ଟି ସଦସ୍ୟତା ଗ୍ରହଣ କରି ପାରନ୍ତି । ଆରପିଏନ ବହୁତ ଦିନ ଧରି କଂଗ୍ରେସରେ ଏକ ଘରିଆ ହୋଇ ରହିଥିଲେ । ତାଙ୍କର ପାର୍ଟି ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଥିଲା ।

ପଡରୋନା ରାଜପରିବାରରୁ ଆସିଥିିବା ଆରପିଏନ ସିଂହଙ୍କ ପୂରା ନାମ ରତନଜିତ ପ୍ରତାପ ନାରାୟଣ ସିଂହ । ପଡନୋରା ୟୁପି ଓ ବିହାର ସୀମା ସ୍ଥିତ ଏକ ଟାଉନ । ଏହାକୁ ଦେବରିଆ ଜିଲ୍ଲାରୁ ଅଲଗା କରାଯାଇ କୁଶିନଗର ଜିଲ୍ଲା କରି ଦିଆଯାଇଛି । ଆରପିଏନ କୁଶିନଗରର ପଡନୋରା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ୧୯୯୬, ୨୦୦୨ ଓ ୨୦୦୭ରେ ତିନି ଥର ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହା ପରେ ୨୦୦୯ରେ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ ଏବଂ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରରେ ଗୃହ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ଏହା ପରେ ତାଙ୍କୁ ନିର୍ବାଚନରେ ଲଗାତାର ପରାଜୟ ମିଳିଥିଲା।

ଆରପିଏନ ସିଂହ କଂଗ୍ରେସର ପରିଚିତ ନେତାଙ୍କ ମଧ୍ୟରୁ ଜଣେ । ସେ କଂଗ୍ରେସର ଜାତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । ପାର୍ଟି ତାଙ୍କୁ ଝାରଖଣ୍ଡର ପ୍ରଭାରୀ କରିଥିଲା । ତେବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ତାଙ୍କର ମତଭେଦ ରାଜନୀତି ପାଣିପାଗକୁ ସରଗରମ କରିଥିଲା । ବୋଧହୁଏ ଏହି କାରଣରୁ ଗତ ଅନେକ ମାସ ହେବ ସେ ଏକ ପ୍ରକାର ଏକ ଘରିଆ ହୋଇ ରହିଥିଲେ ।

 

 

Get real time updates directly on you device, subscribe now.