ୟୁନୁସଙ୍କୁ ବଡ଼ ଝଟକା, ବାଂଲାଦେଶକୁ ସବୁ ସହାୟତା ବନ୍ଦ କଲା ଆମେରିକା
ଆଉ ଆମେରିକାଠାରୁ ସହାୟତା ପାଇବନି ବାଂଲାଦେଶ। ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଲେ ଟ୍ରମ୍ପ।
ଆମେରିକା: ବାଂଲାଦେଶକୁ ବଡ ଝଟକା। ଆଉ ଆମେରିକାଠାରୁ ସହାୟତା ପାଇବନି ବାଂଲାଦେଶ। ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ୟୁନୁସ। ଯେହେତୁ ବାଂଲାଦେଶରେ ହସିନାଙ୍କ ସରକାର ଭାଙ୍ଗିବା ପରେ ଅନେକ ଅତ୍ୟାଚାର ହୋଇଥିଲା। ବିଶେଷ ଭାବରେ ହିନ୍ଦୁମାନଙ୍କୁ ଅଧିକ ଟାର୍ଗେଟ କରାଯାଇଥିଲା। ତେଣୁ ଟ୍ରମ୍ପ ସରକାରକୁ ଆସିବା ପରେ ଏପରି ନିଷ୍ପତ୍ତି ନେଇଥିବା କିହାଯାଉଛି।
କ’ଣ ବନ୍ଦ ହୋଇଛି: ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି।
କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ: ଶେଖ୍ ହସିନା କ୍ଷମତାରୁ ଯିବା ପରେ ବାଂଲାଦେଶର ମୌଳବାଦୀ ମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ସହ ଅନେକ ଧାର୍ମିକ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ ।
ସେତେବେଳେ ୟୁନୁସ୍ ସରକାରଙ୍କୁ ଟ୍ରମ୍ପ ସମାଲୋଚନା କରିଥିଲେ। ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରାଯିବ।
ଏବେ ପ୍ରାୟ ଦୁଇ ମାସ ପରେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଯଦ୍ୱାରା ବାଂଲାଦେଶ ଏବେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି।