fbpx

Big Breaking: ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଘଟିଛି ଅଗ୍ନିକାଣ୍ଡ । ଏହା ଏକ ରିଫାଇନ ତେଲ ଫ୍ୟାକ୍ଟ୍ରି ବୋଲି ଜଣାପଡ଼ିଛି । ଏହି ତେଲ ଫ୍ୟାକ୍ଟ୍ରି ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଜଣାପଡ଼ିଛି । ତେବେ ନିଆଁ ଲିଭାଇବା ପାଇଁ ୩ଟି ଦମକଳ ଗାଡ଼ି ନିୟୋଜିତ ଥିବା ସୂଚନା ମିଳିଛି । କିନ୍ତୁ ନିଆଁ ଏତେ ଭୟଙ୍କର ରହିଛି ଯେ ଏହାକୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.