fbpx

ଆଉ ହୋଇପାରିବ ନାହିଁ Password Hacking: ଆସନ୍ତା ୯ ତାରିଖରୁ Google ଓ YouTubeରେ ହେବାକୁ ଯାଉଛି ବଡ଼ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଗୁଗଲରେ ଏକ ବଡ଼ଧରଣର ପରବର୍ତ୍ତନ ଦେଖିବାକୁ ମିଳିବ । ଏହାଫଳରେ ୟୁଜର୍ସଙ୍କ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିପାରିବ । ଆଲଫାବେଟ ଦ୍ୱାରା ପରିଚାଳିତ କମ୍ପାନୀ ଏହି ଅପଡେଟ କରିବା ଫଳରେ ଗୁଗଲ ଆକାଉଣ୍ଟ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିବ । ଚଳିତ ବର୍ଷ ମେ ମାସରୁ ଆରମ୍ଭ ହୋଇଥିବା ଟୁ-ଷ୍ଟେପ ଭେରିଫିକେସନ ପ୍ରକ୍ରିୟା ବର୍ଷ ଶେଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଏହି ଟୁ-ଷ୍ଟେପ ଭେରିଫିକେସନ ପ୍ରୋସେନ ଲାଗୁ ହେବା ଫଳରେ ଆକାଉଣ୍ଟକୁ ଅତିରିକ୍ତ ସୁରକ୍ଷା ମିଳିପାରିବ । ଫଳରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିପାରିବ । ବର୍ତ୍ତମାନ ସମୟରେ ପାସୱାର୍ଡ ହ୍ୟାକିଂ ମାମଲା ଅଧିକ ସାମନାକୁ ଆସୁଥିବାରୁ କମ୍ପାନୀ ୟୁଜର୍ସଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି । କମ୍ପାନୀ ତରଫରୁ ଇ-ମେଲ ଓ ଇନ-ଆପ ମାଧ୍ୟମରେ ଟୁ-ଷ୍ଟେସପ ଭେରିଫିକେସନ କରାଯିବ । ଆସନ୍ତା ୯ ତାରିଖରୁ ଟୁ-ଷ୍ଟେପ ଭେରିଫିକେସନ ଅଟୋମେଟିକ୍ ଆକ୍ଟିଭ୍ ହୋଇଯିବ । ଏଥିପାଇଁ ୟୁଜର୍ସଙ୍କୁ କିଛି କରିବାକୁ ପଡ଼ିବ ନାହିଁ, କେବଳ ଫୋନ୍ ନମ୍ବର ଅପଡେଟ୍ କରିବାକୁ ପଡ଼ିବ ବୋଲି କୁହାଯାଇଛି । ଟୁ-ଷ୍ଟେପ ଭେରିଫିକେସନ ପରେ ୟୁଜର୍ସ ପାସୱାର୍ଡ ଦେବା ପରେ ଫୋନକୁ ଏକ ଏସଏମଏସ କିମ୍ବା ଇ-ମେଲକୁ ଓଟିପି ଆସିବ । ଏହି ଓଟିପିକୁ ଟାଇପ୍ କରିବା ପରେ ଗୁଗଲ ଆକାଉଣ୍ଟକୁ ଆକ୍ସେସ କରିପାରିବେ । ଚଳିତ ବର୍ଷ ଶେଷ ସୁଦ୍ଧା ୧୫ କୋଟି ୟୁଜର୍ସଙ୍କ ଟୁ-ଷ୍ଟେପ ଭେରିଫିକେସନକୁ ଅଟୋମେଟିକ୍ ଏନରୋଲ୍ କରାଯିବ । ଏଥିସହ ୨୦ ଲକ୍ଷରୁ ଅଧିକ ୟୁଟ୍ୟୁବ୍ କ୍ରିଏଟର୍ସଙ୍କ ପାଇଁ ମଧ୍ୟ ଟୁ-ଷ୍ଟେପ୍ ଭେରିଫିକେସନ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.