୨୦୫୦ରେ ହେବ ମହାପ୍ରଳୟ! ଲିକ୍ ହୋଇଥିବା ଜାତିସଂଘ ରିପୋର୍ଟକୁ ନେଇ ଛନକା

ନୂଆଦିଲ୍ଲୀ: ଗତବର୍ଷ ଠାରୁ ସାରା ବିଶ୍ୱ କରୋନା ଭାଇରସ୍ ସହ ଲଢ଼େଇ କରୁଛି । ଆଉ ଏହି ଭାଇରସ୍ ଧୀରେ ଧୀରେ ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ, ୨୦୨୦ ପ୍ରତିଦିନ ହଜାର ହଜାର ଏଥିରେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି । ପରିସ୍ଥିତି ଏତେ ମାତ୍ରାରେ ଜଟିଳ ହୋଇଯାଇଛି ଯେ, ଶବ ସତ୍କାର ପାଇଁ ଶଶ୍ମାନର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଏହା ପୃଥିବୀର ଏକ ବଡ ସମସ୍ୟା ହୋଇ ଠିଆ ହୋଇଥିବା ବେଳେ ଆଗକୁ ଏହାଠାରୁ ବଡ ଓ ମାରାତ୍ମକ ପ୍ରାକୃତିକ ସମସ୍ୟା ଆସିବାକୁ ଯାଉଛି । ଜାତିସଂଘ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୫୦ ବର୍ଷ ମାନବଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ହେବ। ସେହି ବର୍ଷ ଏପରି ବିନାଶ ଆସିବ, ଯାହା ପୃଥିବୀରୁ କୋଟି କୋଟି ଲୋକଙ୍କ ଜୀବନ ନେଇଯିବ ।

ସୂଚନା ଅନୁଯାୟୀ, ମିଳିତ ଜାତିସଂଘର ଏହି ରିପୋର୍ଟ ଭୁଲ୍ରେ ଲିକ୍ ହୋଇଯାଇଛି । ୪ ହଜାର ପୃଷ୍ଠାର ଏହି ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଛି । ଏହା ସହିତ ଏଥିରେ ଲେଖାଯାଇଛି ଯେ, ୨୦୫୦ ସୁଦ୍ଧା ଲୋକ ଅନାହାରର ଶିକାର ହେବେ। ସେହି ସମୟରେ ମରୁଡ଼ି ପରିସ୍ଥିତି ହେତୁ ଏହିଭଳି ଏକ ଜଟିଳ ସମସ୍ୟା ଉପୁଜିବ । ଏହା ବ୍ୟତୀତ ଅନେକ ଦ୍ରୁତଗତିରେ ତରଳିବାକୁ ଲାଗିବ । ଯଦ୍ୱାରା ଗ୍ଲୋବାଲ୍ ୱାର୍ମିଙ୍ଗ୍ ବୃଦ୍ଧି ହେବ । ବର୍ତ୍ତମାନ ତାପମାତ୍ରା ହାରାହାରି ପାଞ୍ଚ ଡିଗ୍ରୀ ଫାରେନହାଇଟ୍ ବଢ଼ୁଛି । ଏପରି ପରିସ୍ଥିତିରେ, ୨୦୫୦ ରେ ଏକ ବଡ଼ ବିପର୍ୟ୍ୟୟ ଘଟିବ । ଏକାସାଙ୍ଗରେ ଜଳବାୟୂରେ ଏତେ ସବୁ ପରିବର୍ତ୍ତନକୁ ମଣିଷମାନେ ସହ୍ୟ କରିପାରିବେ ନାହିଁ । ଯାହାର ପରିମାଣ ସ୍ୱରୂପ ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ।

ଜଳବାୟୁ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘର ଇଣ୍ଟରଗଭର୍ନମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ(ଆଇପିସିସି) ର ଏହି ରିପୋର୍ଟ ଆସନ୍ତା ବର୍ଷ ଜାରି ହେବାର ଥିଲା । ହେଲେ ଜାରି ହେବା ପୂର୍ବରୁ ହିଁ ଏହା ଲିକ୍ ହୋଇଯାଇଛି । ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୨୭ ବର୍ଷ ପର୍ଯ୍ୟନ୍ତ ପୃଥିବୀର ତାପମାତ୍ରା ୨.୭ ଡିଗ୍ରୀ ଫାରେନହାଇଟରୁ ବି ଅଧିକ ମାତ୍ରାରେ ବୃଦ୍ଧି ପାଇବ । ଯାହାର ଗମ୍ଭୀର ପରିଣାମ ୨୦୫୦ ବେଳକୁ ଦେଖିବାକୁ ମିଳିବ ଏବଂ ଏହାର ପ୍ରଭାବରେ ଦୁନିଆ ୧୩୦ ମିଳିୟନ୍ ଲୋକ ଅନାହାରର ସାମନା କରିବେ । ୩୫୦ ମିଲିୟନ୍ ଲୋକ ମରୁଡିର ସାମନା କରିବେ ଓ ୪୨୦ ମିଲିୟନରୁ ଅଧିକ ଲୋକ ହିଟ୍ ୱେଭ୍ ର ସାମନା କରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ଏହାକୁ ରୋକିବାକୁ ଆମ ପାଖରେ ସୁଯୋଗ ଏଯାବତ୍ ରହିଛି ବୋଲି ଏକ୍ସପର୍ଟ ମାନେ ମତ ପ୍ରକାଶ କରିଛନ୍ତି । ଏହି ବଡ ଧରଣର ବିନାଶକୁ ଅଳ୍ପ ସମୟ ପାଇଁ ରୋକାଯାଇପାରିବ । ଯଦି ଆମେ ପରିବେଶ ପ୍ରତି ଏବେ ଠାରୁ ସଜାଗ ରହିବା ତେବେ ଏହା ଉପରେ କାବୁ ପାଇପାରିବା । ଏହା ଏକ ପ୍ରକାର ମହାପ୍ରଳୟ ବୋଲି ମଧ୍ୟ କୁହାଯାଉଛି ।