fbpx

ଶ୍ରୀଲଙ୍କାରେ ସ୍ମୃତି ମନ୍ଧାନାଙ୍କ ଜବରା ଫ୍ୟ।।ନ: ମ୍ୟାଚ ମଝିରେ ଏହି ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ସଫଳତାର ଅନେକ ସିଡି ଅତିକ୍ରମ କରି ସାରିଛି । କେବଳ ପୁରୁଷ ନୁହେଁ, ମହିଳା ଟିମ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଖୁବ ଆଗରେ ରହିଛି । ତେବେ ସେମାନଙ୍କ ଟାଲେଣ୍ଟ ଆଜି ସେମାନଙ୍କୁ ଭାରତ ବ୍ୟତୀତ ବିଶ୍ୱର କୋଣ ଅନୁକୋଣରେ ଫ୍ୟାନ ଫଲୋଇଙ୍ଗ ତିଆରି କରି ପାରିଛନ୍ତି । ଯାହାର ଏକ ବିରାଟ ଉଦାହରଣ ଦେଖିବାକୁ ମିଳିଛି ଶ୍ରୀଲଙ୍କା-ଭାରତ ବିପକ୍ଷ ମ୍ୟାଚରେ । ଏହି ମ୍ୟାଚରେ ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନାଙ୍କର ଜଣେ ପ୍ରଶଂସକ ଏମିତି କାମ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତ-ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚରେ ଜଣେ ପ୍ରଶଂସକଙ୍କୁ ଏକ ପୋଷ୍ଟର ସହିତ ଦେଖାଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ । ଏହି ପୋଷ୍ଟର ମାଧ୍ୟମରେ ସେ ନିଜର ଅସୁବିଧା ପ୍ରକାଶ କରିଛନ୍ତି । ଷ୍ଟାଡିୟମ ପର୍ଯ୍ୟନ୍ତ ପହଞ୍ଚିବାରେ ସେ ସାମନା କରିଥିବା ଏକ ବଡ ସମସ୍ୟାକୁ ପୋଷ୍ଟରରେ ଲେଖି ଦେଖାଇଛନ୍ତି । ସେ କହିଛନ୍ତି ଯେ, ପେଟ୍ରୋଲ ନାହିଁ, ତଥାପି ସ୍ମୃତି ମନ୍ଧାନାଙ୍କୁ ଦେଖିବା ପାଇଁ ଆସିଛି । ଏହି ପୋଷ୍ଟ ଏବେ ସୋସିଆଲ ମିଡିଆକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି ।

ଭାରତୀୟ ମହିଳା କ୍ରିକେଟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୩୪ ରନରେ ବିଜୟ ସହ ଅଗ୍ରଣୀ ହାସଲ କରିଛି ।

Get real time updates directly on you device, subscribe now.