fbpx

ଆସନ୍ତା କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରୁ ଗାଏବ୍ ହୋଇଯିବ ସ୍ମାର୍ଟଫୋନ୍, ମଣିଷର ବ୍ରେନ ଓ ଟେକ୍ନୋଲୋଜିକୁ ନେଇ ଚାଲିଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଆପଣମାନେ ଥରେ ଭାବନ୍ତୁ ଯଦି ସ୍ମାର୍ଟଫୋନ ଏ ଦୁନିଆରୁ ହଟିଯିବ, ତେବେ ଆମମାନଙ୍କର କ’ଣ ହେବ? ଆଗାମୀ କିଛି ବର୍ଷ ମଧ୍ୟରେ ଏଭଳି କିଛି ଘଟିବାକୁ ଯାଉଛି । ଏହି କଥାଟି ଅନେକଙ୍କୁ ଗପ ଭଳି ଲାଗୁଥିବ, କିନ୍ତୁ କଥାଟି ସତ । ବିଶ୍ୱର ଅନ୍ୟତମ ଧନ୍ୟବ୍ୟକ୍ତି ଏଲନ ମସ୍କ ଏହା ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । ଯଦି ଏହି କାର୍ଯ୍ୟରେ ଏଲନ ସଫଳ ହୁଅନ୍ତି, ତେବେ ଖୁବ୍ କମ୍ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରୁ ସ୍ମାର୍ଟଫୋନର ନାମ ଉଭେଇ ଯିବ ।

ଏନେଇ ନୋକିଆ ସିଇଓ ପେକ ଲୁଣ୍ଡମାର୍କ କହିଛନ୍ତି ଯେ, ଆସନ୍ତା ୨୦୩୦ ସୁଦ୍ଧା ୬ଜି ଟେକ୍ନୋଲୋଜି ଆରମ୍ଭ ହୋଇଯିବ । ସେତେବେଳେ ସ୍ମାର୍ଟଫୋନର ‘କମନ ଇଣ୍ଟରଫେସ୍’ ଗାଏବ ହୋଇଯିବ । ୬ଜି ଆସିବା ପରେ ଏମବିପିଏସ ଓ ଜିବିପିଏସ ନୁହେଁ ବରଂ ହର୍ଟଜ ସ୍ପିଡ ଦେଖିବାକୁ ମିଳିବ । ୯୦ରୁ ୩ ହଜାର ହର୍ଟଜ ପର୍ଯ୍ୟନ୍ତ ସ୍ପିଡ ମିଳିବାର ସମ୍ଭାବନା ରହିଛି ।

ଲୁଣ୍ଡମାର୍କ ମୁତାବକ, ୬ଜି ଆସିବା ପୂର୍ବରୁ ଲୋକମାନେ ସ୍ମାର୍ଟଫୋନ ଅପେକ୍ଷା ସ୍ମାର୍ଟ ଗ୍ଲାସ ଓ ଅନ୍ୟ ଡିଭାଇଜ୍ ୟୁଜ୍ କରିବେ । ଆଜି ଆମେ ଯେଉଁ ସ୍ମାର୍ଟଫୋନ ବ୍ୟବହାର କରୁଛେ, ତାହା ଆଗକୁ ଆମର ବେଶି କାମରେ ଆସିବେ ନାହିଁ । ସହଜ ଭାଷାରେ କହିଲେ, ଆଗକୁ ଅନେକ ନୂଆ ନୂଆ ଡିଭାଇସ୍ ବଜାରକୁ ଆସିଯିବ । ସେଇ ଡିଭାଇସଗୁଡ଼ିକୁ ଲୋକମାନେ ଶରୀରରେ ସ୍ମାର୍ଟ ୱାଚ ବା ସ୍ମାର୍ଟ ଗ୍ଲାସ ପରି ପିନ୍ଧିବେ । ଯଦି ସମ୍ଭବ ହୁଏ, ମାଇକ୍ରୋ ଚିପ ସିଧାସଳଖ ଆମ ଶରୀରରେ ଲଗାଯିବ । ଏହାଦ୍ୱାରା ଆମେମାନେ ସ୍ମାର୍ଟଫୋନ ଅପେକ୍ଷା ଅଧିକ ଫାଇଦା ପାଇପାରିବା । ଫଳରେ ଲୋକମାନେ ଧୀରେଧୀରେ ସ୍ମାର୍ଟଫୋନକୁ ଭୁଲିବାରେ ଲାଗିବେ ।

ମସ୍କଙ୍କ ବିଭିନ୍ନ କମ୍ପାନୀ ମଧ୍ୟରୁ ଗୋଟିଏ କମ୍ପାନୀର ନାମ ହେଉଛି ନ୍ୟୁରୋଲିଙ୍କ । ଏହି କମ୍ପାନୀ ମଣିଷର ବ୍ରେନ୍ ଉପରେ କାର୍ଯ୍ୟ କରୁଛି । ମଣିଷର ବ୍ରେନକୁ କିପରି ବୁଝିହେବ, ବ୍ରେନରୁ କିପରି ଅଧିକ ଇଣ୍ଟରଫେସ୍ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ହାସଲ କରିହେବ ତାହା ହାସଲ କରିବା ଉକ୍ତ କମ୍ପାନୀର ମୁଖ୍ୟ ଲକ୍ଷ୍ୟ । ତେବେ ନ୍ୟୁରୋଲିଙ୍କ ପରି କେର୍ନେଲ ନାମକ ଏକ କମ୍ପାନୀ ମଧ୍ୟ ମଣିଷର ବ୍ରେନ ଉପରେ ରିସର୍ଚ୍ଚ ଜାରି ରଖିଛି ।

Get real time updates directly on you device, subscribe now.