Asia Cup-2024ରେ ବିଗ୍ ଫାଇଟ: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, କ’ଣ ରହିବ ପ୍ଲେଇଙ୍ଗ-୧୧?

ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତ୍ୟେକ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ପାକିସ୍ତାନ ବିପକ୍ଷରେ ଆଜି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏସିଆ କପରେ ଭାରତୀୟ ମହିଳା ଦଳ ସବୁଠାରୁ ମଜବୁତ ଦଳ ରହିଛି । ଭାରତ ଟି-୨୦ ଫର୍ମାଟରେ ୪ଟି ସିରିଜରୁ ୩ଟି ସିଜନରେ ବିଜୟୀ ହାଇଥିବା ବେଳେ ଦିନିକିଆ(୫୦ ଓଭର)ରେ ସମସ୍ତ ସିଜନରେ କବଜା କରିଛି ଇଣ୍ଡିଆନ୍ ଓମେନ୍ସ ଟିମ୍ ।

ଚଳିତର୍ବେ ଏସିଆ କପ୍ ଟି-୨୦ ଫର୍ମାଟରେ ଆୟୋଜିତ ହେଉଛି । ମହିଳା ଏସିଆ କପ୍-ଟି୨୦ରେ ମୋଟ ୨୦ଟି ମ୍ୟାଚରୁ ୧୭ଟି ବିଜୟୀ ହାସଲ କରିଛି । ୨୦୨୨ ଫାଇନାଲ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ଚମ୍ପିଆନ୍ ହୋଇଥିଲା ଦଳ । ଏହାବ୍ୟତୀତ ପାକିସ୍ତାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟ ୧୪ ଥର ମୁହାଁମୁହିଁ ହୋଇଥିବା ବେଳେ ୧୧ଟି ମ୍ୟାଚ ଉପରେ କବଜା କରିଛି ଟିମ ଇଣ୍ଡିଆ ଏହି ରେକର୍ଡକୁ ଆଗେଇ ନେବା ଲକ୍ଷ୍ୟରେ ଆଜି ପାକିସ୍ତାନକୁ ଭେଟିବ ।

ଦଳର ପୂର୍ବତନ ଅଧିନାୟକ ସ୍ମୃତି ମନ୍ଧାନାରେ ଦମଦାର ଫର୍ମରେ ରହିଥିବାରୁ ଭାରତ ପାଇଁ ଏହା ଖୁବ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଦଳର ବୋଲର ମଧ୍ୟ ବେଶ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଷ୍ଟାର ବୋଲର ପୂଜା ବସ୍ତ୍ରକାର ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚରୁ ୮ଟି ୱିକେଟ ନେଇଥିବା ବେଳେ ରାଧା ଯାଦବ ମଧ୍ୟ ଦମଦାର ବୋଲିଂ କରୁଛନ୍ତି । ଏହାବ୍ୟତୀତ ଦିପ୍ତୀ ଶର୍ମା, ସଜୀବନ ସାଜନା ଏବଂ ଶ୍ରେୟଙ୍କା ପାଟିଲଙ୍କ ଉପରେ ଭରଷା କରିଛି ଟିମ ଇଣ୍ଡିଆ ।

କ’ଣ ରହିବ ପ୍ଲେଇଙ୍ଗ-୧୧?

ପାକିସ୍ତାନ: ନିଦା ଡାର(ଅଧିନାୟକ), ଆଲିଆ ରିୟାଜ, ଡାୟନା ବେଗ୍, ଫାତିମା ସନା, ଗୁଲ ଫିରୋଜା, ଇରମ୍ ଜାବେଦ, ମୁନିବା ଅଲୀ, ନଜିହା ଅଲୱୀ, ନାଶରା ସନ୍ଧୁ, ଓମାଇମା ସୋହେଲ, ସାଦିୟା ଇକବାଲ, ସିଦରା ଅମୀନ୍, ସେୟଦା ଅରୁବ ଶାହ, ତସ୍ମିୟା ଣୁବାବ, ତୁବା ହସନ୍

ଭାରତ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଉମା ଛେତ୍ରୀ, ପୂଜା ବସ୍ତ୍ରାକର, ଦିପ୍ତୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, ଡି. ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଜୀବନ ସଜନା

Get real time updates directly on you device, subscribe now.