fbpx

ଏୟାର ଇଣ୍ଡିଆ ଫ୍ଲାଇଟରେ ବଡ଼ ଅବହେଳା, ଖାଦ୍ୟରୁ ବାହାରିଲା ବ୍ଲେଡ, ଭୁଲ ସ୍ୱୀକାର କଲା କମ୍ପାନୀ

Advertisement

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ଥିବା ବିମାନରେ ବଡ଼ ଅବହେଳା ଖବର ସାମ୍ନାକୁ ଆସିଛି । ଏହି ଫ୍ଲାଇଟର ଜଣେ ଯାତ୍ରୀଙ୍କ ଖାଦ୍ୟରେ ବଡ଼ ବ୍ଲେଡ ବାହାରିଛି । ଏହି ଘଟଣା ୯ ଜୁନର ଅଟେ । ମାମଲା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜ ଭୁଲ ସ୍ୱୀକାର କରିଛି । ଏୟାର ଇଣ୍ଡିଆ କହିବାନୁଯାୟୀ, ବ୍ଲେଡ ଫୁଡ ପ୍ରୋସେସିଙ୍ଗ ୟୁନିଟର ଅଟେ ।

ସୂଚନା ମୁତାବକ, ମେଥର୍ସ ନାମକ ଏକ ପାସେଞ୍ଜର ଏୟାର ଇଣ୍ଡିଆର ଏହି ଫ୍ଲାଇଟରେ ସୁଇଟ ପଟାଟୋ ଏବଂ ଫିଗ ଚାଟ୍ ଆର୍ଡର କରିଥିଲେ । ପାସେଞ୍ଜର ଖାଦ୍ୟ ଖାଉଥିବା ସମୟରେ ହଠାତ ପାଟି କଟିଯାଇଥିଲା । ଯେତେବେଳେ ସେ ବାହାର କଲେ ତେବେ ଦେଖିବାକୁ ପାଇଲେ ତାହା ବ୍ଲେଡ ଅଟେ ।

ପୀଡିତ ଏହାପରେ ଏହି ଖାଦ୍ୟର ଫଟୋ ଏକ୍ସ ରେ ସେୟାର କରିଥିଲେ ଏବଂ ଲେଖିଥିଲେ ଯେ, ଏୟାର ଇଣ୍ଡିଆର ଖାଦ୍ୟ ଛୁରୀ ପରି କାଟି ପାରିବ । ଚାଟରେ ଏକ ବ୍ଲେଡ ଥିଲା । ଖାଦ୍ୟ ଖାଇବା ପରେ ଏହା ପାଟିରେ ଲାଗିଯାଇଥିଲା, ଏହାପରେ ଜଣାପଡିଥିଲା । ଆଶ୍ୱସ୍ତିକର ଯେ, କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.