fbpx

ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ ଖବର! ଆଜିଠାରୁ ବଦଳିଯାଉଛି ଏହି ନିୟମ

ନୂଆଦିଲ୍ଲୀ,୧୯ ।୩: ଯଦି ଆପଣ ସ୍ମାର୍ଟଫୋନରେ ଫେସବୁକ୍ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏକ ନୂଆ ନିଷ୍ପତ୍ତି ନେଇଛି । ଆଜିଠାରୁ ଫେସବୁକ୍ ମୋବାଇଲ୍ ଡିଭାଇସରେ ଲଗ୍ ଇନ୍ କରିବା ପାଇଁ ଟୁ-ଫ୍ୟାକ୍ଟର୍ ଅର୍ଥେଣ୍ଟିକେସନ ବା ୨ ଏଫଏକୁ ଲାଗୁ କରିବାକୁ ଘୋଷଣା କରିଛି ।

ଆଜିଠାରୁ ଯଦି ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜ ଫୋନରେ ଫେସବୁକ୍ ଚଲାନ୍ତି, ତେବେ ସେମାନଙ୍କୁ ଦୁଇଟି ପ୍ରାମାଣିକିକରଣ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଫେସବୁକ ଏହି ନିଷ୍ପତ୍ତି ନେଇଛି ।

ତେବେ୨୦୧୭ ରେ ଫେସବୁକ୍ ଡେସ୍କଟପ୍ ପାଇଁ ଏହିପରି ସୁରକ୍ଷା ପ୍ରାମାଣିକିକରଣକୁ ଅନୁମତି ଦେଇଥିଲା । ବର୍ତ୍ତମାନ ଏହା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଏହି ଫେସବୁକ୍ ନିୟମ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ବ୍ୟବହାରକାରୀଙ୍କ ପାଇଁ ରହିଛି ।

୨-ଫ୍ୟାକ୍ଟର୍ ଅର୍ଥଣ୍ଟିକେସନ ହେଉଛି ଏକ ସୁରକ୍ଷା ଫିଚର୍ । ଆପଣଙ୍କ ଫେସବୁକ୍ କୌଣସି ଅଜ୍ଞାତ ଡିଭାଇସରେ ଲଗଇନ୍ ହେଲା ସମୟରେ ଏହା ଆପଣଙ୍କୁ ସାହାଯ୍ୟ କରିବ । ଫେସବୁକ୍ ଆକାଉଣ୍ଟ ଅଜ୍ଞାତ ଫୋନରେ ଲଗ୍ ଇନ୍ କରିବା ପାଇଁ ଆପଣଙ୍କ ମୋବାଇଲ୍ ଫୋନ୍ କିମ୍ବା ଅଥେଣ୍ଟିକେସନ ଆପକୁ ଏକ ଏସଏମଏସ କୋଡ୍ ପଠାଯାଏ ।

Get real time updates directly on you device, subscribe now.