ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ ଶୁଳ୍କ ହ୍ରାସ କରିବା ପରେ ଅନେକ ରାଜ୍ୟ ଭାଟ୍ ହ୍ରାସ କରିଛନ୍ତି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କ ନେତୃତ୍ୱରେ କର୍ଣ୍ଣାଟକ ସରକାର ଗୁରୁବାର ଦିନ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ କେନ୍ଦ୍ର ଦ୍ୱାରା କ୍ରମଶଃ ୧୦ ଓ ୫ ଟଙ୍କା ହ୍ରାସ ପାଇବା ପରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭ ହ୍ରାସ ପାଇଛି ।
ବିଜ୍ଞପ୍ତି ଅନୁସାରେ, ପେଟ୍ରୋଲ ଓ ଡିଜେଲର ବିକ୍ରିଦାମକୁ କମ୍ କରିଥିବା ରାଜ୍ୟ ଭିତରେ କର୍ଣ୍ଣାଟକ ପ୍ରଥମ । ୩ ନଭେମ୍ବରରେ ଡିଜେଲର ଦାମ୍ ୧୦୪.୫୦ ଥିବା ବେଳେ ଏହା ୮୫.୦୩ ଟଙ୍କା ହୋଇଛି, ଅର୍ଥାତ୍ ସେଥିରେ ୧୯ ଟଙ୍କା ହ୍ରାସ ପାଇଛି । ଏହା ସହ ପେଟ୍ରୋଲ ରେଟ ୩ ନଭେମ୍ବରରେ ୧୧୩.୯୩ ଥିବା ବେଳେ ତାହାକୁ ୧୦୦.୬୩ ଟଙ୍କା କରାଯାଇଛି, ଅର୍ଥାତ୍ ଏଥିରେ ବି ୧୩.୩୦ ଟଙ୍କା ହ୍ରାସ କରାଯାଇଛି । ତେବେ କେନ୍ଦ୍ର ସରକାର ବୁଧବାର ଦିନ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ ଲିଟର ପିଛା ୫ ଟଙ୍କା ଓ ୧୦ ହ୍ରାସ କରିଥିଲେ ।