fbpx

ସ୍ୱାତୀ ମାଲିୱାଲ ମାମଲାରେ ବଡ଼ ଖୁଲାସା, ଆକ୍ରମଣ ପରେ ଅଭିଯୁକ୍ତ ବିଭବଙ୍କ ସହ ଥିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାମ ନେଉନି । ପ୍ରଥମେ ମଦ ଦୁର୍ନୀତି ମାମଲାରେ ସେ ମାର୍ଚ୍ଚରୁ ତିହାର ଜେଲରେ ଅଛନ୍ତି । ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହାପରେ ବର୍ତ୍ତମାନ ସ୍ୱାତୀ ମାଲିୱାଲ ନିର୍ଯାତନା ମାମଲାରେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନାମ ସାମିଲ କରିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, ଦିଲ୍ଲୀ ପୋଲିସ ପକ୍ଷରୁ ପସ୍ତୁତ କରାଯାଇଥିବା ଚାର୍ଜସିଟରେ ଏହା ସାମିଲ କରାଯାଇଛି ଯେ, ସ୍ୱାତୀଙ୍କୁ ଆକ୍ରମଣ ପରେ ଅଭିଯୁକ୍ତ ବିଭବ କୁମାର ଅରବିନ୍ଦ କେଜ୍ରିୱାଲଙ୍କ ସାଙ୍ଗରେ ଥିଲେ । ଏଥିରେ ବର୍ତ୍ତମାନ ପୋଲିସ ଘଟଣାର ସମୟ ଏବଂ କେଜ୍ରିୱାଲଙ୍କ ବିଭବଙ୍କ ସହ ଉପସ୍ଥିତି ସମୟର ଯାଞ୍ଚ କରୁଛି । ଚାର୍ଜସିଟରେ ସ୍ୱାତୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏକ ବଡ଼ ଷଡଯନ୍ତ୍ରର ଅଂଶ ବୋଲି କୁହାଯାଉଛି ।

Get real time updates directly on you device, subscribe now.