fbpx

Amazonରେ ଚାଲିଛି ସେଲ୍! ୪୦% ଡିସକାଉଣ୍ଟରେ କିଣନ୍ତୁ ୱାନପ୍ଲସ୍, ରିୟଲ୍ ମି, ଓପ୍ପୋ ଭଳି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Amazon ରେ ବର୍ତ୍ତମାନ ଫ୍ୟାବ୍ ଫୋନ୍ ଫେଷ୍ଟ୍ ଚାଲିଛି । ଯେଉଁଥିରେ ଗ୍ରାହକମାନଙ୍କୁ ସେମାନଙ୍କ ମନ ପସନ୍ଦର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରେ ଆକର୍ଷଣୀୟ ଅଫର୍ ଦିଆଯାଉଛି । ଏହି ସେଲ୍ ଆଜି ହିଁ ସରିବାକୁ ଯାଉଛି । ତେଣୁ ଅଫର୍ କୁ ଆଦୌ ହାତଛଡ଼ା କରନ୍ତୁ ନାହିଁ । ଆପଣ ମାନେ ୱାନପ୍ଲସ୍, ସାଓମୀ, ରେଡମୀ, ସାମସଙ୍ଗ, ଟେକ୍ନୋ ଭଳି ଫୋନ୍ ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ୍ ପାଇପାରିବେ । ଗ୍ରାହକଙ୍କୁ ଏଥିରେ ଏଚଡିଏଫସି ବ୍ୟାଙ୍କ କାର୍ଡ ଓ ବିଓବି କ୍ରେଡିଟ୍ କାର୍ଡ ଜରିଆରେ ୧୦%ର ଇଷ୍ଟାଣ୍ଟ୍ ଡିସକାଉଣ୍ଟ୍ ଦିଆଯିବ ।

Oneplus ଗ୍ରାହକଙ୍କୁ ୱାନପ୍ଲସ୍ ୯ଆର୍ ଫୋନ୍ ରେ ୧୫% ଡିସକାଉଣ୍ଟ୍ ଦିଆଯାଉଛି । ଗ୍ରାହକ ମାନେ ଏହାକୁ କେବଳ ୩୩,୯୯୯ ଟଙ୍କାରେ କିଣିପାରିବେ । ପପୁଲାର୍ ୱାନପ୍ଲସ୍ ୯ ପ୍ରୋ ରେ ୧୨% ଡିସକାଉଣ୍ଟ୍ ଦିଆଯାଉଛି । ଆପଣ ମାନେ ଏହାକୁ ୫୬,୯୯୯ ଟଙ୍କାରେ ଘରକୁ ଆଣିପାରିବେ । ଖାଲି ସେତିକି ନୁହେଁ ଆପଣ ଯଦି ଏସବିଆଇ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଇଷ୍ଟାଣ୍ଟ୍ ୮,୦୦୦ ଟଙ୍କା ଡିସକାଉଣ୍ଟ୍ ମିଳିଯିବ ।

ଆମାଜନ୍ ଫ୍ୟାବ୍ ଫୋନ୍ ଫେଷ୍ଟ୍ ସେଲ୍ ରେ ରିୟଲ୍ ମି ନାର୍ଜୋ ୫୦ଏ କୁ ଡିସକାଉଣ୍ଟ ରେ ୧୧,୪୯୯ ଟଙ୍କାରେ ଓ ରିୟଲ୍ ମି ନାର୍ଜୋ ୫୦ କୁ ୧୨,୯୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହା ବ୍ୟତୀତ ସାଓମୀ ସ୍ମାର୍ଟଫୋନ୍ ଉପରେ ବି ଜବରଦସ୍ତ ଡିସକାଉଣ୍ଟ୍ ଦିଆଯାଉଛି ।

ରେଡମି ୯ଏ ସ୍ପୋର୍ଟ କୁ କେବଳ ମାତ୍ର ୬,୯୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହା ବ୍ୟତୀତ ନିକଟରେ ଲଞ୍ଚ୍ ହୋଇଥିବା ଲାଟେଷ୍ଟ୍ ନୋଟ୍ ୧୧ କୁ ୧୩,୪୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ରେଡମି ନୋଟ୍ ୧୦ଏସ୍ କୁ ୧୪,୪୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହାସହ ଏଚଡିଏଫସି କାର୍ଡରେ ୧୦ ପ୍ରତିଶତ ଡିସକାଉଣ୍ଟ୍ ଦିଆଯାଉଛି ।

Get real time updates directly on you device, subscribe now.