fbpx

ଟି-୨୦ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ବିଜେତା ଚୟନ ପାଇଁ ଆଉ ମାତ୍ର ୩ଟି ପାଦ୍ ବାକି ରହିଛି । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ସେମିଫାଇନାଲ ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ଭାରତ ଏଥର ଇଂଲଣ୍ଡକୁ ପରାସ୍ତ କରି ଗତ ୨୦୨୨ ବିଶ୍ୱକପ ସେମିଫାଇନାଲର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଜୁନ୍ ୨୭ରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ଭେଟିବ । ସେମି ଲଢ଼େଇ ପୂର୍ବରୁ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଲାଗିଛି ଏକ ବଡ଼ ଝଟକା । ସୂର୍ଯ୍ୟକୁମାର ଏବେ ଟି-୨୦ ବିଶ୍ୱ ରାଙ୍କିଂରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ନୁହନ୍ତି । ସେ ଏହି ରାଙ୍କିଂରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ବେଳେ ଟପ ସ୍ଥାନକୁ ଏଣ୍ଟ୍ରି ମାରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ୍ । ଭାରତର ସେମିଫାଇନାଲ ମୁକାବିଲା ପୂର୍ବରୁ ସୂର୍ଯ୍ୟକୁମାରଙ୍କ ପାଇଁ ଏହା ଏକ ଚିନ୍ତାଜନକ ଖବର ।

ଆଇସିସିର ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଂରେ ହେଡ ମୋଟ ୮୪୪ ପଏଣ୍ଟ ସହିତ ଏବେ ଟପ୍ ସ୍ଥାନରେ ରହିଛି । ହେଡ୍ ୪ ପୋଜିସନ ଲମ୍ପ ପ୍ରଦାନ କରି ଏକାଥରକେ ଟପରେ ପହଞ୍ଚି ଯାଇଛନ୍ତି । ସେ ଭାରତ ବିପକ୍ଷରେ ୭୬ ରନର ପାଳି ଖେଳିବା ସହିତ ଚଳିତ ଟୁର୍ଣ୍ଣାମେଣ୍ଟରେ ମୋଟ ୨୫୫ ରନ୍ ସଂଗ୍ରହ କରିଛନ୍ତି । ସୂର୍ଯ୍ୟକୁମାର ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୩୧ ରନ୍ ସଂଗ୍ରହ କରିଥିଲେ । ସେ ବାଂଲାଦେଶ ବିପକ୍ଷରେ ମାତ୍ର ୬ ରନ୍ ସଂଗ୍ରହ କରିବା କାଣଣରୁ ୧ ନମ୍ବର ସ୍ଥାନ ହରାଇଥିଲେ । ତେବେ ଭାରତ ଯଦି ସେମିଫାଇନାଲରେ ଜିତି ଫାଇନାଲ ଖେଳେ ତେବେ ଏପରି ସ୍ଥିତିରେ ସୂର୍ଯ୍ୟକୁମାର ଶାନଦାର ପ୍ରଦର୍ଶନ କରି ପୁନର୍ବାର ୧ ନମ୍ବର ସ୍ଥାନକୁ ଫେରିପାରିବେ ।

Get real time updates directly on you device, subscribe now.