fbpx

ଡାକ୍ତର ସୁମିତଙ୍କୁ ଝଟକା! ତପସ୍ୱିନୀ ମାମଲାରେ ହାଇକୋର୍ଟ ଦେଲେ ଏପରି ରାୟ

କଟକ(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତଙ୍କ ବିବାହ ବିବାଦ ମାମଲାରେ ଆସିଛି ବଡ଼ଖବର । ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ପୂର୍ବରୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ଡାକ୍ତର ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ ।

ତେବେ ଆସନ୍ତା ୮ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ନୋଟିସ ଦିଆଯାଇଥିବା ବେଳେ ୯ ତାରିଖରେ ସୁମିତ ଓ ତାଙ୍କ ଜେଜେେ ମାଙ୍କ ବିରୋଧରେ ପାରିବାରିକ ପିଟିସନର ଶୁଣାଣି ମାନ୍ୟବର ଏସଡିିଜେଏମ କୋର୍ଟ କରିବେ । ସେଦିନ ତପସ୍ୱିତୀଙ୍କ ବୋହୂ ପଣିଆଣର ହେବ ଅଗ୍ନି ପରୀକ୍ଷା । ସୁମିତଙ୍କ ମାଆ ଓ ଗୋସାାଁଇ ମାଙ୍କୁ ତପସ୍ୱିନୀ ଗାଳି ଗୁଳଜ କରିବା ସହ ସାଙ୍ଘାତିକ ଅଭିଯୋଗ ପରେ ସୁମିତଙ୍କ ପରୀକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଏସଡିଜେଏମ କୋର୍ଟ ଓ ଅନ୍ୟପଟେ ହାଇକୋର୍ଟ ଥିବା ବେଳେ ତପସ୍ୱିନୀଙ୍କ ହେବ ଅଗ୍ନିପରୀକ୍ଷା । ଏହାରି ମଧ୍ୟରେ ନିଜକୁ ଭଲ ବୋହୂ ଓ ଭଲ ପତ୍ନୀ ଭାବେ ପ୍ରମାଣିତ କରିପାରିବେ କି ତପସ୍ୱିନୀ? ଏହାର ଉତ୍ତର ଜାଣିବା ପାଇଁ ଲୋକମାନଙ୍କର ଜିଜ୍ଞାସା ମଧ୍ୟ ବଢ଼ିବାରେ ଲାଗିଛି ।

ପୂର୍ବରୁ ସୁମିତଙ୍କ ପକ୍ଷରୁ ଆଗତ ପିଟିସିନର ଶୁଣାଣି କରି ହାଇକୋର୍ଟ ଆସନ୍ତା ୮ ତାରିଖକୁ ଜବାବ ଦାଖଲ ପାଇଁ ତପସ୍ୱିନୀଙ୍କୁ ସମୟ ଦେଇଛନ୍ତି । ପୂର୍ବରୁ ତପସ୍ୱିନୀ ନିଜ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ମହିଳା ସୁମିତଙ୍କ ଘରର ମେଟ୍ ଗେଟକୁ ଜୋରଜବରଦସ୍ତି ଭାଙ୍ଗି ଦେଇଥିଲେ । ଏହି ମାମଲାରେ ସୁମିତଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ବାଧ୍ୟ ହୋଇ ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଉଭୟଙ୍କ ପକ୍ଷରୁ ଏକାଧିକ ମାମଲା ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏହାର ସମାଧାନର ପ୍ରକ୍ରିୟା ନିଶ୍ଚିତ ଭାବେ ଖୁବ୍ ଲମ୍ବା ହୋଇ ଚାଲିବ ।

Get real time updates directly on you device, subscribe now.