ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ଟଳିଲେ ୧୫ରୁ ଅଧିକ ମାଓବାଦୀ

ନୂଆଦିଲ୍ଲୀ : ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଏନକାଉଣ୍ଟରରେ ଏକାଥରକେ ୧୫ରୁ ଅଧିକ ମାଓବାଦୀ ସଫା ହୋଇଛନ୍ତି । ଏହି ଏନକାଉଣ୍ଟର ସୁକୁମା କେରଲାପାଳ ଜଙ୍ଗଲରେ ହୋଇଥିବା ସୂଚନା ମିଳିଛି ।

ଏବେ ବି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । ତେବେ ଗତ ୩ ମାସରେ ୧୦୦ରୁ ଅଧିକ ନକ୍ସଲ ନିପାତ ହେଲେଣି ।

ନିକଟରେ ଛତିଶଗଡରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ମାଓବାଦୀ ନିହତ ହୋଇଥିଲେ। ଦନ୍ତେଓ୍ବାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ । ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ହୋଇଥିଲା ।