fbpx

ରାସନ କାର୍ଡ ଧାରକଙ୍କ ଉପରେ ସରକାରଙ୍କ ବଡ଼ ଅପଡେଟ୍: ୨.୪ କୋଟି କାର୍ଡ ରଦ୍ଧ, ଆପଣଙ୍କ କାର୍ଡ ନାହିଁ ତ’…

ନୂଆଦିଲ୍ଲୀ: ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ସରକାର ନିକଟରେ ରାସନ କାର୍ଡ ଧାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରାୟ ୨.୫ କୋଟି ରାସନ କାର୍ଡ ରଦ୍ଧ କରିଛନ୍ତି । ଏହାକୁ ନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ନିକଟରେ ରାଜ୍ୟସଭାରେ ଭାଜପା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଖାଦ୍ୟ ଏବଂ ସାର୍ବଜନିକ ବିତରଣ ରାଜ୍ୟମନ୍ତ୍ରୀ ସାଧ୍ୱି ନିରଞ୍ଜନ ଜ୍ୟୋତି ଏହି ବଡ଼ ସୂଚନା ଦେଇଛନ୍ତି ।

ରାଜ୍ୟମନ୍ତ୍ରୀଙ୍କ ତରଫରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଦେଶରେ ୨୦୧୭ ରୁ ୨୦୨୧ ମଧ୍ୟରେ ପାଞ୍ଚ ବର୍ଷ ମଧ୍ୟରେ ନକଲି, ତଥା ଜାଲ୍ ୨ କୋଟି ୪ ଲକ୍ଷ ରାସନ କାର୍ଡ ରଦ୍ଧ ହୋଇଛି । ସେ କହିଛନ୍ତି ଯେ କେବଳ ବିହାରେ ହିଁ ୭.୧୦ ଲକ୍ଷ ରାସନ କାର୍ଡ କ୍ୟାନ୍ସଲ ହୋଇଛି । ଏହା ସହ ୟୁପିରେ ୧.୪୨ କୋଟି ମହାରାଷ୍ଟ୍ରରେ ୨୧.୦୩ ଲକ୍ଷ ରାସନ କାର୍ଡ ରଦ୍ଧ କରାଯାଇଛି ।

ଆଉ ଏବେ ପୁଣି ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନାସନାଲ ଫୁଡ୍ ସେଫ୍ଟୀ ସିକ୍ୟୁରିଟି ଆକ୍ଟ(ଏନଏଫଏସଏ) ଅନୂଯାୟୀ ୭୦ ଲକ୍ଷ କାର୍ଡ ଧାରକଙ୍କୁ ସନ୍ଦିଗ୍ଧ ତାଲିକାରେ ସାମିଲ କରାଯାଇଛି । କେନ୍ଦ୍ର ତରଫରୁ ଏହି ତାଲିକା ଗ୍ରାଉଣ୍ଡ ଭେରିଫିକେସନ ପାଇଁ ରାଜ୍ୟମାନଙ୍କୁ ପଠାଯିବ । ଯାହା ପରେ ଜଣାପଡ଼ିବ ସେମାନେ ରାସନ ପାଇଁ ଯୋଗ୍ୟ ଅଟନ୍ତି କିମ୍ବା ନୁହଁନ୍ତି ।

Get real time updates directly on you device, subscribe now.