fbpx

ବିଜେଡିର ବଡ଼ ବିଜୟ: ପୂରଣ ହେଲା ନବୀନଙ୍କର ଦୀର୍ଘଦିନର ସ୍ୱପ୍ନ, ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

Advertisement

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଂସଦର ନୂଆ ବିଲଡିଂରେ ହୋଇଥିବା ଏହି ବୈଠକରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଦିନ ତମାମ ବିରୋଧାଭାସ ଦେଖିବାକୁ ମିଳିଥିବା ବେଳେ ଶେଷରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଏହି ମଞ୍ଜୁରୀ ପରେ ଏବେ ମହିଳାଙ୍କୁ ଲୋକସଭା, ବିଧାନସଭା ଭଳି ନିର୍ବାଚିତ ସ୍ଥାନରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

ତେବେ କେନ୍ଦ୍ର କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିବା ପରେ ବିଜେଡିକୁ ଏକ ବଡ଼ ବିଜୟ ମିଳିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଦୀର୍ଘବର୍ଷ ଧରି ପ୍ରୟାସ କରି ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେଡି ପ୍ରଥମେ ମହିଳା ସଂରକ୍ଷଣ ଦାବି ଉଠାଇଥିଲା । ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇଥିଲେ । ନୂଆ ସଂସଦ ଭବନରେ ପ୍ରଥମ ବିଲ ଭାବେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାକୁ ଶ୍ରୀ ପାତ୍ର କହିଥିଲେ । ତେବେ ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ବିଜେଡିର ଦୀର୍ଘଦିନର ସ୍ୱପ୍ନ ଏବେ ପୂରଣ ହୋଇଛି ।

ସୂଚନାଯୋଗ୍ୟ ଯେ, ଲୋକସଭାର ମୋଟ ୫୪୩ ସାଂସଦଙ୍କୁ ମଧ୍ୟରୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଯାଇଛନ୍ତି । ରାଜ୍ୟସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୪ ପ୍ରତିଶତ ରହିଛି । ଦେଶର ୧୦ଟି ରାଜ୍ୟର ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି । ସେହି ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡ଼ୁଚେରୀ ସାମିଲ ରହିଛନ୍ତି ।

Get real time updates directly on you device, subscribe now.