fbpx

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଉଲକାପିଣ୍ଡ, ବୈଜ୍ଞାନିକ ମାନେ ଜାରି କଲେ ମହାବିନାଶର ତାରିଖ

ନୂଆଦିଲ୍ଲୀ: କରୋନା କାଳରେ ଦୁନିଆରେ ଭୟର ବାତାବରଣ ଜାରି ରହିଛି । ହେଲେ ଏଥିମଧ୍ୟରେ ସ୍ପେସ୍ ରୁ ମଧ୍ୟ ପ୍ରତିଦିନ କିଛି ନା କିଛି ମହାକାଶ ସମ୍ପର୍କିୟ ଖବର ଆସୁଛି । ଇତି ମଧ୍ୟରେ ନାସାର ବୈଜ୍ଞାନିକ ମାନେ ଖୁଲାସା କରିଛନ୍ତି ଯେ, ଏକ ବଡ଼ ବିପଦ ହୋଇ ପୃଥିବୀ ଆଡକୁ ମାଡି ଆସୁଛି ବିଶାଳକାୟ ଉଲକାପିଣ୍ଡ । ତେବେ ଏହା ଏତେ ବଡ ଯେ, ପ୍ରଥମେ ଏହାକୁ ଏକ ଗ୍ରହ ବୋଲି ପ୍ରତୀତ ହେଉଥିଲା । କିନ୍ତୁ ପରେ ଏହା ଏକ ଉଲକା ପିଣ୍ଡ ବୋଲି ଜଣାପଡ଼ିଛି । ତେବେ ଏହି ବିଶାଳକାୟ ଉଲକା ପିଣ୍ଡ ପୃଥିବୀ ସହିତ ଧକ୍କା ହେବ କି ନାହିଁ ସେ ବିଷୟରେ କୌଣସି ସୂଚନା ବୈଜ୍ଞାନିକ ମାନେ ଦେଇ ନାହାନ୍ତି ।

ଆଷ୍ଟ୍ରୋନୋମର୍ ମାନେ ଏହି ୬୨ ମିଟର୍ ବଡ଼ ଉଲକାପିଣ୍ଡକୁ ଦେଖିବା ପରେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ ଆଗରୁ ଏପରି ବିଶାଳକାୟ ପିଣ୍ଡ ଜମାରୁ ବି ଦେଖି ନାହାନ୍ତି । ତେବେ ଏହାକୁ ପ୍ରଥମ ଥର ପାଇଁ ଜୁନ୍ ୨୩ ତାରିଖରେ ଦେଖାଯାଇଥିଲା । ଏହା ଗୋଟିଏ ଗ୍ରହ ପରି ବଡ଼ ବୋଲି କୁହାଯାଇଛି । ଏହାକୁ ଚିଲିର ସରୋ ତୋଲୋଲୋ ଇଣ୍ଟର-ଆମେରିକାନ୍ ଅବଜରଭେଟୋରୀର ଡାର୍କ ଏଜେନ୍ସିଙ୍କ କ୍ୟାମେରାରେ ସ୍ପଟ୍ କରାଯାଇଥିଲା ।

ଏହି ଉଲକାପିଣ୍ଡର ନାମ ସି/୨୦୧୪ ୟୁଏନ୍୨୭୧ ରଖାଯାଇଛି । ଏହା ବ୍ୟତୀତ ଏହାର ନାମ Bernardinelli-Bernstein ବୋଲି ମଧ୍ୟ ରଖାଯାଇଛି । ପେନସିଲଭାନିଆ ୟୁନିଭର୍ସିଟିର ଦୁଇ ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହାକୁ ଖୋଜା ଯାଇଥିବାରୁ ଏହି ଉଲକାପିଣ୍ଡର ନାମ Bernardinelli-Bernstein ରଖାଯାଇଛି । ସାଧାରଣତଃ କୌଣସି ଉଲକାପିଣ୍ଡକୁ ସୂର୍ଯ୍ୟଙ୍କ ଚାରିପଟେ ବୁଲିବାକୁ ୨୦୦ ବର୍ଷ ଲାଗେ କିନ୍ତୁ ଏହି ଉଲକାପିଣ୍ଡ ଗତ ୬ ଲକ୍ଷ ବର୍ଷରୁ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛି ।
ହେଲେ ଆଷ୍ଟ୍ରୋନୋମର୍ ମାନଙ୍କ ପାଖରେ ଏବେ ୧୦ ବର୍ଷର ସମୟ ଅଛି । ୨୦୩୧ ଜାନୁଆରୀ ୨୩ ତାରିଖରେ ଏହା ପୃଥିବୀର ପାଖପାଖି ଆସିବ । ତେବେ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଖୁବ୍ କମ୍ ରହିଛି । ଆଉ ଯଦି ଏହା ପୃଥିବୀ ସହିତ କୌଣସି ରୂପେ ଧକ୍କା ହୁଏ ତେବେ ଗ୍ରହର ଅନେକ କ୍ଷୟକ୍ଷତି ଘଟାଇବ ।

Get real time updates directly on you device, subscribe now.