ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ବଢିଲା ଏମାନଙ୍କ ପେନସନ୍ ଭତ୍ତା
ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପହାର । ବାର୍ଦ୍ଧକ୍ୟ ପେନସନରେ ୩ ଗୁଣ ବୃଦ୍ଧି । ଏବେ 400 ଟଙ୍କା ପରିବର୍ତ୍ତେ ପ୍ରତି ମାସରେ 1100 ଟଙ୍କା ପେନସନ ଦିଆଯିବ।
ପାଟଣା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପହାର । ବାର୍ଦ୍ଧକ୍ୟ ପେନସନରେ ୩ ଗୁଣ ବୃଦ୍ଧି । ବିଧବା, ବୃଦ୍ଧ ଏବଂ ଅକ୍ଷମ ଲୋକଙ୍କୁ ଦିଆଯାଉଥିବା ପେନସନ ପରିମାଣ ପ୍ରାୟ ତିନି ଗୁଣ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର 42.60 ଲକ୍ଷରୁ ଅଧିକ ବୟସ୍କ ଲୋକ ଉପକୃତ ହେବେ।
ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ବହୁ ଦିନ ଧରି ଚାଲିଥିଲା। ଯାହା ଉପରେ ବିହାରର ଅର୍ଥ ବିଭାଗ ଏବେ ମୋହର ମାରିଛି। ଏବେ 400 ଟଙ୍କା ପରିବର୍ତ୍ତେ ପ୍ରତି ମାସରେ 1100 ଟଙ୍କା ପେନସନ ଦିଆଯିବ।
ନୀତୀଶ କୁମାର X ପୋଷ୍ଟରେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ହେଉଛି ଯେ, ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧିନରେ ସମସ୍ତ ବୃଦ୍ଧଜନ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ଏବେ ପ୍ରତି ମସରେ 400 ଟଙ୍କା ବଦଳରେ 1100 ଟଙ୍କା ପେନସନ ମିଳିବ । ସମସ୍ତ ଲାଭାର୍ଥୀ ଜୁଲାଇ ମାସରୁ ବର୍ଦ୍ଧିତ ପେନସନ ପାଇବେ । ସମସ୍ତ ପେନସନଧାରୀଙ୍କ ଖାତାକୁ ମାସର ୧୦ ତାରିଖରେ ପଇସା ପଠାଯିବ । ଏହାଦ୍ବାରା 1 କୋଟି 9 ଲକ୍ଷ ଲୋକ ଉପକୃତ ହେବେ ।
ସେ ଆହୁରି ଲେଖିଛନ୍ତି, ବୃଦ୍ଧଜନ ସମାଜ ପାଇଁ ଅମୂଲ୍ୟ ଅଂଶ । ସେମାନଙ୍କ ସମ୍ମାନ ଓ ସୁରକ୍ଷିତ ଜୀବନକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟ ସରକାର ଏହି ଦିଗରେ ଲଗାତାର ପ୍ରୟାସ କରୁଛନ୍ତି ଏବଂ ଅଂଶଗ୍ରହଣ କରୁଛନ୍ତି ।
ପୂର୍ବରୁ କେତେ ପେନସନ ମିଳୁଥିଲା ?
ବର୍ତ୍ତମାନ ପର୍ଯ୍ୟନ୍ତ, 60 ରୁ 79 ବର୍ଷ ବୟସର ବୃଦ୍ଧାମାନେ 400 ଟଙ୍କା ଏବଂ 80 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ବୃଦ୍ଧାମାନେ ପ୍ରତି ମାସରେ 500 ଟଙ୍କା ପେନସନ ପାଉଥିଲେ। ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ତେବେ ଏହି ଯୋଜନାର ଲାଭ ପାଇବା ପାଇଁ, ଆବେଦନକାରୀଙ୍କୁ ବିହାରର ସ୍ଥାୟୀ ବାସିନ୍ଦା ହେବାକୁ ପଡିବ ଏବଂ ତାଙ୍କୁ ଅନ୍ୟ କୌଣସି ଉତ୍ସରୁ ପେନସନ ମିଳିବା ଉଚିତ୍ ନୁହେଁ।
ରାଜ୍ୟ ସରକାର 2019-20 ମସିହାରେ ବୃଧଜନ ପେନସନ ଯୋଜନା ଆରମ୍ଭ କରିଥିଲେ। ସେବେଠାରୁ, ଅନେକ ସ୍ତରରେ ଏହା ଅଧୀନରେ ଦିଆଯାଉଥିବା 400 ଟଙ୍କା ବୃଦ୍ଧି କରିବାକୁ ଦାବି ହେଉଥିଲା। ସମାଜ କଲ୍ୟାଣ ବିଭାଗରୁ ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ଯେତେବେଳେ ଅଙ୍ଗନୱାଡି କର୍ମୀମାନେ ଧର୍ମଘଟ କରିଥିଲେ, ସେତେବେଳେ ବୃଧଜନ ପେନସନ ଯୋଜନା ଅଧୀନରେ ଦିଆଯାଉଥିବା 400 ଟଙ୍କା ବୃଦ୍ଧି କରାଯିବା ଉଚିତ ବୋଲି ମଧ୍ୟ ଆଲୋଚନା ହୋଇଥିଲା। ଦୀର୍ଘ ଦିନ ଧରି ପେନସନ ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା।
ସୂଚନାଯୋଗ୍ୟ, ଚଳିତବର୍ଷ ଶେଷ ଆଡକୁ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିପକ୍ଷ ଦଳ ବଡ ବଡ କଥା କହୁଥିବା ବେଳେ ଏନଡିଏ ମଧ୍ୟ ସମସ୍ତ ଚେଷ୍ଟା ଜାରି ରଖିଛି ।