fbpx

ମୁଖ୍ୟମନ୍ତ୍ରୀ କଲେ ଏପରି କିଛି କାମ ଯାହା ଦେଖି ସାମ୍ବାଦିକଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ତବ୍ଧ, ଜାଣନ୍ତୁ ପୁରା ଘଟଣା

Advertisement

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଏପରି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବେକକୁ ଧରି ଜଣେ ସାମ୍ବାଦିକଙ୍କ ମୁଣ୍ଡ ସହ ପିଟି ଦେଉଛନ୍ତି । ଯିଏ ବି ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ଦେଖୁଛନ୍ତି କହୁଛନ୍ତି ସେ ଏପରି କାହିଁକି କରୁଛନ୍ତି ।

ପ୍ରକୃତ ଘଟଣା ହେଉଛି ନୀତିଶ କୁମାରଙ୍କ ଦୃଷ୍ଟି ଟୀକା ଲଗାଇଥିବା ଜଣେ ସାମ୍ବାଦିକଙ୍କ ଉପରେ ଯେତେବେଳେ ପଡିଛି ସେତେବେଳେ ସେ ପଛକୁ ବୁଲି ଚାହିଁଛନ୍ତି ଓ ଅଶୋକ ଚୌଧୁରୀଙ୍କୁ ନିଜ ପାଖକୁ ଡାକି ତାଙ୍କ ବେକକୁ ଧରି ସାମ୍ବାଦିକଙ୍କ ପାଖରେ ନେଇ ଛିଡା କରି ଦେଇଛନ୍ତି । ନୀତିଶ କୁମାରଙ୍କ ଏପରି ଆଚରଣରେ କେବଳ ଉପସ୍ଥିତ ସାମ୍ବାଦିକମାନେ ନୁହଁନ୍ତି ବରଂ ନେତାମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା ରାଜଧାନୀ ପାଟନା ସ୍ଥିତ ଗାନ୍ଧୀ ମୈଦାନର ।

ଆଜି ମରିସସ୍ ପୂର୍ବତନ ରାଷ୍ଟ୍ରପତି ଶିବସାଗର ରାମ ଗୁଲାମଙ୍କ ଜନ୍ମଦିନ ଥିଲା । ଏହି ଉପଲକ୍ଷେ ଗାନ୍ଧୀ ମୈଦାନରେ ତାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ପହଞ୍ଚିଥିଲେ । ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମନ୍ତ୍ରୀ ବିଜୟ କୁମାର , ଅଶୋକ ଚୌଧୁରୀ ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାଇଟ ନେବା ଲାଗି ସେଠାରେ ଗଣମାଧ୍ୟମର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମରିସସ୍‌ର ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ତାଙ୍କ ନଜର ମଥାରେ ତିଳକ ଲଗାଇଥିବା ଜଣେ ସାମ୍ବାଦିକଙ୍କ ଉପରେ ପଡିଥିଲା । ଏହାପରେ ସେ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ପାଖକୁ ଡାକି ତାଙ୍କ ବେକ ଧରି ସାମ୍ବାଦିକଙ୍କ ପାଖକୁ ନେଇଯାଇଥିଲେ ଓ ସାମ୍ବାଦିକଙ୍କ ମୁଣ୍ଡ ସହ ମନ୍ତ୍ରୀଙ୍କ ମୁଣ୍ଡକୁ ଏକାଠି କରି ଦେଇଥିଲେ । ସମସ୍ତେ ଏପରି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ କି ଉଭୟ ପୂଜାରୀ ଅଟନ୍ତି । ଏହାପରେ ସମସ୍ତଙ୍କ ନଜର ସେମାନଙ୍କ ମଥାର ତିଳକ ଉପରକୁ ଯାଇଥିଲା ।

Get real time updates directly on you device, subscribe now.