fbpx

ନିର୍ବାଚନ ପୂର୍ବରୁ ବିହାର ସରକାରଙ୍କ ବଡ଼ ଘୋଷଣା, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ପାଟଣା: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାର ସରକାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ନୀତୀଶ କୁମାର ନେତୃତ୍ୱାଧୀନ ସରକାର ରାଜ୍ୟରେ ଗରିବ ପରିବାରଙ୍କ ପାଇଁ ଉଦ୍ୟୋଗ ଏବଂ ଆତ୍ମନିଯୁକ୍ତି ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ମଙ୍ଗଳବାର ଘୋଷଣା କରିଥିଲେ ।

ମଙ୍ଗଳବାର ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ଅତିରିକ୍ତ ମୁଖ୍ୟ ସଚିବ (କ୍ୟାବିନେଟ ସଚିବାଳୟ) ଏସ୍ ସିଦ୍ଧାର୍ଥ କହିଥିଲେ, ‘ଜାତି ଆଧାରିତ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ବିହାରରେ ୯୪ ଲକ୍ଷ ୩୩ ହଜାର ୩୧୨ ପରିବାର ବସବାସ କରୁଛନ୍ତି । ଏହି ପରିବାରମାନଙ୍କର ମାସିକ ଆୟ ୬୦୦୦ ଟଙ୍କା ବା ତା ଠାରୁ କମ୍ ଅଟେ । ବର୍ତ୍ତମାନ ରାଜ୍ୟ ସରକାର ଲଘୁ ଉଦ୍ୟମୀ ଯୋଜନା ଅନ୍ତର୍ଗତ ଉଦ୍ୟୋଗ ଏବଂ ଆତ୍ମନିଯୁକ୍ତି ପାଇଁ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।’

 

Get real time updates directly on you device, subscribe now.