fbpx

ଭାରତୀୟ ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ଇସ୍ରାଏଲ ଆଣିଛି ଦମଦାର ନିଯୁକ୍ତି ସୁଯୋଗ, ମାସିକ ଦରମା ୧.୩୭ ଲକ୍ଷ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ନିର୍ମାଣ ଶ୍ରମିକଙ୍କୁ ଚାକିରି ଦେବା ଉଦ୍ଦେଶ୍ୟରେ ଇସ୍ରାଏଲରୁ ୧୫ ଜଣିଆ ସଦସ୍ୟ ଭାରତରେ ପହଁଚିଛନ୍ତି । ଯାହାକି ଇସ୍ରାଏଲ-ହମାସ ଯୁଦ୍ଧ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କରିବାକୁ ଚାହୁଁଛନ୍ତି । ତେବେ ଜାନୁଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ହାରିଆଣାରେ ଚାଲିଥିବା ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି । ଏହା ବାର ବେଣ୍ଡର,ମସ୍‌, ଟାଇଲର୍ ଏବଂ ଷ୍ଟରିଂ କାର୍ପେରର ଭଳି ଦକ୍ଷତା ଥିବା ୧୦ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି । ଏମାନଙ୍କ ଦରମା ୧,୩୭ ଲକ୍ଷ ରହିବା ସହ ଡାକ୍ତରୀ ବୀମା, ଖାଦ୍ୟ, ରହିବା ଏବଂ ମାସକୁ ୧୬,୫୧୫ ଟଙ୍କା ବୋନସ ସୁବିଧା ପ୍ରଦାନ କରିଛି ।

ବହୁ ସମୟ ଧରି ଚାଲିଥିବା ଯୁଦ୍ଧ ପରେ ବହୁ ସଂଖ୍ୟାରେ ପାଲେଷ୍ଟାନୀୟ ୱାର୍କ ପରମିଟକୁ ରଦ୍ଧ କରିବା କାରଣରୁ ବିଦେଶୀ ଶ୍ରମିକଙ୍କ ଆବଶ୍ୟକତା ଉପନ୍ନ କରିଛି ଇସ୍ରାଏଲ । ଇସ୍ରାଏଲର ନିର୍ମାଣ ଉଦ୍ୟେଗ ସକ୍ରିୟ ଭାବେ ଖାଲି ପଦବୀକୁ ଭରିବା ପାଇଁ ଭାରତ ଏବଂ ଅନ୍ୟ ଦେଶରୁ ଶ୍ରମିକମାନଙ୍କୁ ଖୋଜୁଛି । ନିଯୁକ୍ତି ପ୍ରକ୍ରିୟା କୌଶଳ ବିକାଶ ଏବଂ ଉଦ୍ୟେଗ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜନସଂଖ୍ୟା, ଇମିଗ୍ରେସନ ଏବଂ ସୀମା ପ୍ରାଧିକରଣ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହା ଆୟୋଜନ କରାଯାଉଛି ।

କାର୍ଯ୍ୟକାରିତା ପ୍ରୋଟୋକଲ୍ ଅନୁଯାୟୀ, ଶ୍ରମିକମାନେ ପହଞ୍ଚିବା ପରେ ଘରୋଇ ଚିକିତ୍ସା ବୀମା ଯୋଗାଇ ଦିଆଯିବ । ଭିସା ଏବଂ କାର‌୍ୟ୍ୟ ଅନୁମତି ସହିତ ଚୁକ୍ତିନାମାର ସର୍ତ୍ତାବଳୀ ସର୍ବନିମ୍ନ ଏକ ବର୍ଷ ପାଇଁ ଧାର୍ଯ୍ୟ ହୋଇଛି, ସର୍ବାଧିକ ୬୩ ମାସ ପର‌୍ୟ୍ୟନ୍ତ ଏହା ବଢିବ । ପିଆଇବିଏ ନିଶ୍ଚିତ କରିଛି ଯେ ନିକଟ କିମ୍ବା ବିବାଦୀୟ ଅଞ୍ଚଳରେ କୌଣସି ଭାରତୀୟ କର୍ମଚାରୀ ନିୟୋଜିତ ହେବେ ନାହିଁ। ପ୍ରସ୍ତାବିତ ଚାକିରିଗୁଡିକ ଇସ୍ରାଏଲର ନିୟମ, ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ହେବ ।

ଏହି ନିଯୁକ୍ତି ଡ୍ରାଇଭରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସମେତ ବିଦେଶକୁ ଯାଉଥିବା ଭାରତୀୟ ଶ୍ରମିକମାନେ ପ୍ରବାସୀ ଭାରତୀୟ ବୀମା ଯୋଜନା ଅଧୀନରେ ବୀମା କଭରେଜ ପାଇଁ ଯୋଗ୍ୟ ଅଟନ୍ତି, ଯାହା ନିଯୁକ୍ତିଦାତା ଏବଂ ଅବସ୍ଥାନ ନିର୍ବିଶେଷରେ ପ୍ରଯୁଜ୍ୟ ଏକ ବିଶ୍ୱ ବୀମା ଯୋଜନା ଅଟେ। ଏହି ପ୍ରୋଗ୍ରାମ ଅନଲାଇନ ନବୀକରଣକୁ ସୁଗମ କରିଥାଏ ଏବଂ ଆକସ୍ମିକ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଥାଏ ।
ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଆଗାମୀ ରାଉଣ୍ଡ ନିଯୁକ୍ତି ଜାନୁଆରୀ ୨୩ ରୁ ୩୧ ପର‌୍ୟ୍ୟନ୍ତ ଧାର‌୍ୟ୍ୟ କରାଯାଇଛି। ଏଥିସହ, ରିପୋର୍ଟରେ ଦର୍ଶାଯାଇଛି ଯେ, ନିର୍ମାଣ ଶିଳ୍ପରୁ ଆସିଥିବା ଚାହିଦା ପୂରଣ ପାଇଁ ଉତ୍ତରପ୍ରଦେଶ ସରକାର ମଧ୍ୟ ଇସ୍ରାଏଲକୁ ଶ୍ରମିକ ପଠାଇବାକୁ ଚିନ୍ତା କରୁଛନ୍ତି।

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଏହି ସହଯୋଗ ଶ୍ରମ ବଜାରର ବିଶ୍ୱ ଗତିଶୀଳତା ଏବଂ ଭୌଗୋଳିକ ରାଜନୈତିକ ଘଟଣା ପରେ ରୋଜଗାରର ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଦେଶ ଦ୍ୱାରା କରାଯାଇଥିବା ପ୍ରୟାସକୁ ଉଜ୍ୱଳ କରିଥାଏ ।

 

Get real time updates directly on you device, subscribe now.