ବୃଦ୍ଧାଙ୍କୁ ଗଣଦୁଷ୍କର୍ମ…ସିଗାରେଟ୍ ଦେବାକୁ ମନା କରିବାକୁ ନିର୍ଦ୍ଧୁମ ପିଟିଲେ, ଘର ଭାଙ୍ଗିବା ସହିତ ଗଣଦୁଷ୍କର୍ମ କଲେ

ବିହାରରେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ । ନିର୍ମମ ମାଡ ମାରିବା ପରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ନୂଆଦିଲ୍ଲୀ: ବିହାରର ଲଖିସରାୟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ସାମାନ୍ୟ କଥାକୁ ନେଇ ବିବାଦ ପରେ ଜଣେ 65 ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି ।

ସୂର୍ଯ୍ୟଗଢା ଥାନା ଅଞ୍ଚଳର ନବାବଗଞ୍ଜ ଗାଁରେ କିଛି ଯୁବକ ସିଗାରେଟ୍ ନ ଦେବାରୁ ଡଣେ ବୃଦ୍ଧାଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ ଏବଂ ତା’ପରେ ତାଙ୍କୁ ତାଙ୍କ ଘରୁ ବହୁତ ଦୂରକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଗ୍ୟାଙ୍ଗରେପରେ 2 ଆରୋପୀ ଗିରଫ- ବର୍ତ୍ତମାନ ପୀଡିତାଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଖବର ପାଇବା ପରେ ପୋଲିସ ଦୁର୍ବୃତ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ମହିଳାଜଣକ ସିଗାରେଟ ଦେବା ପାଇଁ ମନା କରିଦେଇଥିଲେ- ବିଳମ୍ବିତ ରାତିରେ 3ରୁ 4 ଜଣ ଯୁବକ ଦୋକାନରେ ଆସି ପହଞ୍ଚିଥିଲେ । ସେ ମହିଳାଙ୍କୁ ଦୁର୍ବ୍ୟବହାର କରିବା କାରଣରୁ ସେ ସିଗାରେଟ୍ ଦେବା ପାଇଁ ମନା କରିଦେଇଥିଲେ ।

ଏହାପରେ ସେମାନେ ରାଜିଯାଇ ବୃଦ୍ଧାଙ୍କର ଘର ଦ୍ବାର ଭଙ୍ଗାଭଙ୍ଗି କରିଥିଲେ । ଏହାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ପୋଡଶୀମାନେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।