fbpx
BJD SKY
BJD SKY

ବିଜୟ ମାଲ୍ୟାଙ୍କୁ ଝଟକା: ବ୍ରିଟେନ ହାଇକୋର୍ଟରେ ଖାରଜ ହେଲା ପିଟିସନ, ନିଲାମ ହେବ ସମ୍ପତ୍ତି

BJD

ଲଣ୍ଡନ, ୧୯ା୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । ମାଲ୍ୟା ଦେବାଳିଆ ସଂଶୋଧନ କରିବା ନେଇ ଆଗତ କରିଥିବା ପିଟିସନକୁ ଲଣ୍ଡନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଭାରତରେ ଥିବା ମାଲ୍ୟାଙ୍କର ସମ୍ପତ୍ତିର ସୁରକ୍ଷାକୁ କୋର୍ଟ ହଟାଇ ଦେଇଛନ୍ତି । ଏଣିକି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନେତୃତ୍ୱରେ ଭାରତୀୟ ବ୍ୟାଙ୍କମାନଙ୍କର ସଂଘ ଭାରତରେ ମାଲ୍ୟାଙ୍କର ସମ୍ପତ୍ତିକୁ କବଜା କରି ଆଦାୟ କରିପାରିବେ ।

ମାଲ୍ୟାଙ୍କ ଭାରତୀୟ ସମ୍ପତ୍ତି ଉପରେ ଲାଗୁ ହୋଇଥିବା ସୁରକ୍ଷା ହଟାଇବା ନିମନ୍ତେ ବ୍ୟାଙ୍କ ସଂଘ ଲଣ୍ଡନ କୋର୍ଟରେ ଅପିଲ କରିଥିଲା । ତେବେ ଏହି ଆବେଦନକୁ ହାଇକୋର୍ଟ ଗ୍ରହଣ କରିଥିବା ଜଣାପଡ଼ିଛି । ଏହାପୂର୍ବରୁ ବ୍ୟାଙ୍କ ସଂଘ ମାଲ୍ୟାଙ୍କୁ ଗତ ଏପ୍ରିଲ ମାସରେ ଦେବାଳିଆ ଘୋଷଣା ନେଇ ଅପିଲ କରିଥିଲେ । ବନ୍ଦ ହୋଇ ରହିଥିବା ମାଲ୍ୟାଙ୍କର କିଙ୍ଗଫିସର ଏୟାରଲାଇନ୍ସ ଉପରେ ୧ ହଜାର କୋଟି ବକେୟା ଋଣ ରହିଛି । ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ଏସବିଆଇ ତା’ର ବକେୟା ଧନ ଫେରିପାଇବା ନେଇ ପଥ ପରିଷ୍କାର ହୋଇଯାଇଛି । ଏଣିକି ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ସମ୍ପତ୍ତି ନିଲାମ କରି ଟଙ୍କା ଅସୁଲ କରିପାରିବେ । ତେବେ ମାଲ୍ୟାଙ୍କର ସମ୍ପତ୍ତିକୁ ସୁରକ୍ଷା ଦେବା ଭଳି କୌଣସି ସାଧାରଣ ନିୟମ ନାହିଁ ବୋଲି ଆଇସିସି ଜଜ୍ ମାଇକେଲ ବ୍ରିଗ୍ସ ରାୟ ଶୁଣାଇବା ଅବସରରେ କହିଛନ୍ତି ।

Get real time updates directly on you device, subscribe now.