ବିଜେଡି ଛାଡ଼ିଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତାରୁ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତେବେ ଅବସରରେ ଦଳ ଛାଡ଼ିବାର କାରଣ ବିଷୟରେ ଉଲ୍ଲେଖ କରିଛନ୍ତି ବିଜୟଲକ୍ଷ୍ମୀ । ବିଜେଡି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ପରେ ସେ ବ୍ୟଥିତ ଓ ମର୍ମାହତ ରହିଥିଲେ । କିଛିଦିନ ତଳେ ବିଜେଡି ତରଫରୁ ବିଜୟଲକ୍ଷ୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଦଳ ତରଫରୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା ।

Get real time updates directly on you device, subscribe now.