fbpx

ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ। ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ସଂସଦ ନିର୍ବାଚନ ନେଇ ହୋଇପାରେ ଆଲୋଚନା। ସୂଚନାନୁଯାୟୀ, ସକାଳ ସାଢେ ୯ଟାରୁ ଦିନ୨ଟା ଯାଏ ଚାଲିବ ଏହି ବୈଠକ। ଏହି ସମ୍ମିଳନୀ ଶଙ୍ଖଭବନରେ ଅନୁଷ୍ଠିତ ହେବ। ଏଠାରେ ଛାତ୍ରମାନଙ୍କୁ ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଗୁରୁମନ୍ତ୍ର ଦେବେ। ଏହା ବ୍ୟତୀତ ଯେଉଁମାନେ ବିଜୁ ଛାତ୍ରଜନତା ଦଳର ପୂର୍ବତନ ସଭାପତିଗଣ ଏବଂ ବିଜୁ ଜନତା ଦଳର ସଭାପତି ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବିଜୁ ଛାତ୍ରଜନତା ଦଳର ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି, ବିଜୁ ଛାତ୍ରଜନତା ଦଳର କାର୍ଯ୍ୟକାରୀ ସଭାପତି, ମହାସଚିବ, ସମସ୍ତ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଏଥିରେ ଯୋଗ ଦେବେ। ସାଧାରଣ ନିର୍ବାଚନ ପରେ ବିଜୁ ଛାତ୍ରଜନତା ଦଳର ପ୍ରଥମ ସାଂଗଠନିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କେଉଁ ଦିଶା ଏବଂ କେଉଁ ଦିଗଦର୍ଶନରେ ଓଡ଼ିଶାର ସ୍ୱାସ୍ଥ୍ୟ ସୁରକ୍ଷା କରିହେବ, ସେଥିପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେବେ। ଏହି ବୈଠକରେ ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ।

Get real time updates directly on you device, subscribe now.