fbpx

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: କେଉଁମାନଙ୍କୁ ମିଳିଲା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ଏନେଇ ଅନୁଷ୍ଠିତ ଉତ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ କ୍ରୀଡ଼ା ସହ ଜଡ଼ିତ ଅନେକ ଶ୍ରେଷ୍ଠ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିଥିଲେ ।

କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ, ଜୀବନବ୍ୟାପୀ ସାଧନା ପାଇଁ ପିଟର ତିର୍କୀ ଓ ରାଜେନ୍ଦ୍ର ପ୍ରସାଦ ଦାସ, ସ୍ପେଶାଲ ସ୍ପୋର୍ଟସ ପାଇଁ ଆନନ୍ଦ ଚନ୍ଦ୍ର ନାୟକ, ଉଦୀୟମାନ କ୍ରୀଡ଼ାବିତ ସବିତା ଟପ୍ପୋ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ ଦୀପ ରଞ୍ଜନ ବିଶୋୟୀ, ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ସ୍ୱସ୍ତି ସିଂ, ସ୍ୱର୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ମରଣୋସ୍ତର ବିଜୁ ପଟ୍ଟନାୟକ ସାହିକତା ପୁରସ୍କାର ପ୍ରଦାନ କରାଯାଇଛି ।

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଅନେକ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବା ନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୁପାରିଶ କରାଯାଇଥାଏ । ଏନେଇ ବିଭାଗ ପକ୍ଷରୁ ଏକ ଚୟନ କମିଟି ଗଠନ କରାଯାଇଥାଏ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ଧରି ଏହି ପୁରସ୍କାର ମିଳିନଥିଲା । କ୍ରୀଡ଼ାବିତ ଓ କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.