fbpx
BJD SKY
BJD SKY

ବିଜୁ ଯୁବ ସଶକ୍ତୀକରଣ ଯୋଜନା: ମେଧାବୀ ଛାତ୍ରଙ୍କୁ ମିଳିବ ମାଗଣା ଲାପଟପ୍, ଏମିତି କରନ୍ତୁ ଆବେଦନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଜୁ ଯୁବ ସଶକ୍ତୀକରଣ ଯୋଜନା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି । ଗରବି ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ପ୍ରଥମରୁ ଏହି ଯୋଜନାରେ ୭୦ ପ୍ରତିଶତ ମାର୍କ ରଖିଲେ ଲାପଟପ୍ ପ୍ରଦାନ କରାଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ସରକାର ଲାପଟପ୍ କିଣିବା ପାଇଁ ଟଙ୍କା ଦେଉଥିଲେ । ଏହା ଯୋଜନାରେ ଛାତ୍ରଛାତ୍ରୀ ମାନେ ଆବେଦନ କରୁଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଉଥିଲା । ଏହି ଆବେଦନ ଅବଧିକୁ ଏପ୍ରିଲ ୨୦, ୨୦୨୨ ଯାଏଁ ବଢାଇ ଦିଆଯାଇଛି ।

ଯୋଗ୍ୟତା: ଛାତ୍ରଟି ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଉଚିତ୍ ।
ଏହି ଯୋଜନା କେବଳ ଦ୍ୱାଦଶର ଅନ୍ତିମ ପରୀକ୍ଷାରେ ୭୦% ମାର୍କ ପାଇଥିବା ଛାତ୍ରମାନଙ୍କୁ ମାଗଣା ଲାପଟପ୍ କିମ୍ବା ଟାବଲେଟ୍ ପ୍ରଦାନ କରାଯିବ ।
ଛାତ୍ରର ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ ।
ଅନ୍ତିମ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ଛାତ୍ରଙ୍କୁ ବିଚାରକୁ ନିଆଯିବ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ କେବଳ ଆବାସିକ ପ୍ରମାଣପତ୍ର ଆବଶ୍ୟକ । ଛାତ୍ର ଜଣଙ୍କ ଓଡ଼ିଶାରେ ରୁହନ୍ତି ବୋଲି ଆବାସିକ ପ୍ରମାଣପତ୍ର ଦେଲେ ଜଣେ ଏହି ଯୋଜନାର ଲାଭ ଉଠାଇ ପାରିବ । ଏହି ଲିଙ୍କରେ http://dheodisha.gov.in/ କ୍ଲିକ୍ କରି ଛାତ୍ରଛାତ୍ରୀ ମାନେ ଯୋଜନାର ଲାଭ ଉଠାଇ ପାରିବେ ।

Get real time updates directly on you device, subscribe now.