fbpx

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ : ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହିତ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମତ ବିନିମୟ କରିଛନ୍ତି । ବିଭିନ୍ନ ଯୋଜନାର ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଛନ୍ତି । ସରକାରଙ୍କର ଯୋଜନାଗୁଡ଼ିକ ସେମାନଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ଆଣିଛି ସେ ବିଷୟରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ଜୀବନ ମାନରେ ଉନ୍ନତି ଆସିଥିବା ଶୁଣି ଖୁସି ବ୍ୟକ୍ତି କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଯଥେଷ୍ଟ ଜନସମର୍ଥନ ମିଳୁଛି । ସଂକଳ୍ପ ଯାତ୍ରା ରଥ ଯେଉଁ ସବୁ ସ୍ଥାନରେ ପହଂଚି ପାରି ନାହିଁ ସେଠାର ଲୋକମାନେ ସରକାରଙ୍କର ଏହି ଯାତ୍ରାରୁ ଲାଭ ନେବା ପାଇଁ ଅପେକ୍ଷା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୬ ତାରିଖରେ ଶେଷ ହେବାକୁଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ସମୟ ଅବଧିକୁ ବୃଦ୍ଧି କରାଯିବ । ଲୋକମାନଙ୍କର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ସରକାର ସଂକଳ୍ପବଦ୍ଧ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ଅଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ।

ସୂଚନାଯୋଗ୍ୟ, ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଠିକ୍‍ ସମୟରେ ନିର୍ଦ୍ଧାରିତ ହିତାଧିକାରୀଙ୍କ ନିକଟରେ ଯେଭଳି ପହଞ୍ଚି ପାରିବ, ତାହା ସୁନିଶ୍ଚିତ କରିବା ଲାଗି ଗତ ନଭେମ୍ବର ମାସ ୧୫ ତାରିଖରୁ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ କରାଯାଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି, ଏହି ଯାତ୍ରାରେ ଅଦ୍ୟାବଧି ୧୫ କୋଟି ଲୋକ ସାମିଲ୍‍ ହୋଇଛନ୍ତି । ଗତକାଲି ସୁଦ୍ଧା ଏହି ସଂକଳ୍ପ ଯାତ୍ରାରେ ୪ କୋଟିରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି ।

ସେହିଭଳି ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ୨କୋଟିରୁ ଅଧିକ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯାଇଛି । ବିଗତ ୨ମାସ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ୨ଲକ୍ଷରୁ ଊଦ୍ଧ୍ୱର୍ଗ୍ରା ମପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇପାରିଛି । ପିଏମ୍‍ ଉଜ୍ୱଳା ଯୋଜନା, ପିଏମ୍‍ ଆୟୁଷ୍ମାନ ଭାରତ ଏବଂ ପିଏମ୍‍ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସଂପର୍କରେ ସଚେତନତା ସୃଷ୍ଟି କରିବା ସହିତ ଏହାର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।

Get real time updates directly on you device, subscribe now.