fbpx

(Video) ବିଚ୍ ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ: ଦେବଦୂତ ସାଜି ଆସିଲେ ୨ ବାଇକ୍ ଚାଳକ, ଧକ୍କା ମାରି ନେଇଗଲେ ମେଡିକାଲ

ନୂଆଦିଲ୍ଲୀ: ଆଜିକାଲି ଦୁନିଆର ଅନେକ ସ୍ଥାନରେ ମାନବିକତା ଶେଷ ହୋଇଗଲାଣି, ଯେଉଁଠାରେ କିଛି ଲୋକ ଛୋଟ ଛୋଟ ଜିନିଷ ଉପରେ ଝଗଡ଼ା ଆରମ୍ଭ କରୁଛନ୍ତି । ଅନେକ ସମୟରେ ଏପରି ଖବର ମଧ୍ୟ ସାମ୍ନାକୁ ଆସେ ଯେତେବେଳେ ଲୋକମାନେ ପରସ୍ପରକୁ ସାମାନ୍ୟ ଟଙ୍କା ପାଇଁ ହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ  । ଏପରି ପରିସ୍ଥିତିରେ କିଛି ଲୋକ ଭଗବାନ୍ ସାଜି ଆସନ୍ତି ଓ ଅନ୍ୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତି, ଯାହା ଫଳରେ ମାନବିକତାର ଝଲକ ଦେଖିବାକୁ ମିଳିଥାଏ ।

ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ମଣିଷ ଭିତରେ ସର୍ବୋତ୍ତମ ଗୁଣ “ମାନବିକତା’କୁ ବଞ୍ଚାଇବାର ପ୍ରୟାସ କରିଛି । ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଆଇପିଏସ୍ ଅଧିକାରୀ ଦୀପାନଶୁ କାବ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆଇପିଏସ୍ ଅଧିକାରୀଙ୍କ କହିବା ମୁତାବକ, ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ବାଟରେ ଗାଡ଼ି ଖରାପ ହୋଇଥିଲା । ବିଳମ୍ବିତ ରାତିରେ ଗାଡ଼ି ହୋଇଯିବାରୁ ଡ୍ରାଇଭର ମଧ୍ୟ ଚିନ୍ତାରେ ପଡ଼ିଥିଲେ । ଏହି ସମୟରେ ଦେବଦୂତ ସାଜି ସେଠରେ ୨ ବାଇକ୍ ଚାଳକ ପହଞ୍ଚିଥିଲେ । ସେମାନେ ଆମ୍ବୁଲାନ୍ସକୁ ଗୋଡରେ ଧକ୍କା ମାରି ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ନେଇଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି ଓ ଲୋକଙ୍କ ହୃଦୟ ଜିତିଛି ।

Get real time updates directly on you device, subscribe now.