fbpx

ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହେଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍, ୨ ମୃତ ବହୁ ଲୋକ ଗୁରୁତର

Advertisement

ବିଳାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ସାମିଲ ହେବାକୁ ରାୟପୁର ଯାଉଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍ ବେଲତରା ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହୋଇ ଯିବା ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହା ବ୍ୟତିତ ବହୁ ଲୋକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରତନପୁରସ୍ଥିତ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ଏହି ଦୁର୍ଘଟଣା ବିଷୟରେ ପୋଲିସ ଏଏସପି ରାହୁଲ ଦେବ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ସାମିଲ ହେବାକୁ ଅମ୍ବିକାପୁରରୁ ବିଜେପି କାର୍ଯ୍ୟକର୍ତ୍ତା ରାୟପୁର ଯାଉଥିଲେ । କାର୍ଯ୍ୟକର୍ତ୍ତାଙ୍କ ବସ୍ ବେଲତରାରେ ପହଞ୍ଚିଥିଲା । ଏହି ସମୟରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ହାଇୱେ ଉପରେ ଛିଡା ହୋଇଥିବା ଟ୍ରେଲର ସହ ଯାଇ ପିଟି ହୋଇ ଯାଇଥିଲେ । ଏହି ସମୟରେ ଅଧିକାଂଶ କାର୍ଯ୍ୟକର୍ତ୍ତା ନିଦରେ ଥିଲେ ।

ଦୁର୍ଘଟଣା ପରେ ବସ୍ ରୁ  ଚିକ୍ରାର ଚାରିଆଡେ ଖେଳି ଯାଇଥିଲା । ପଛରେ କାର୍ଯ୍ୟକର୍ତ୍ତାଙ୍କୁ ଧରି ଆସୁଥିବା ଆଉ ଏକ ବସ୍ ର ଯାତ୍ରୀ ଆହତଙ୍କୁ ଉଦ୍ଧାର କରିବା ସହ ଘଟଣା ବିଷୟରେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତକଙ୍କୁ ନିକଟସ୍ଥ ମେଡିକାଲ୍ ପଠାଇଥିଲା । ତେବେ ଆହତଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.