(VIDEO) ମୋଦି ମିଛ କରୁଛନ୍ତି… ଖୋଲା ମଞ୍ଚରେ ଭାରତୀୟଙ୍କୁ ଲହୁ ଲୁହାଣ କରିବାର ଧମକ ଦେଲେ ପାକ୍ ପୂର୍ବତନ ମନ୍ତ୍ରୀ ବିଲାୱଲ
ଜନସଭାରେ ଧମକ ଦେଲେ ପାକିସ୍ତାନ ନେତା । କହିଲେ ମୋଦି ଲୋକଙ୍କୁ ମିଛ କହୁଛନ୍ତି ।
କରାଚୀ: ପାକିସ୍ତାନର ପୂର୍ବତନ ବୈଦେଶୀକ ମନ୍ତ୍ରୀ ବିଲାୱଲ ଭୁଟୋ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସିନ୍ଧୁ ସନ୍ଧିକୁ ନେଇ ଭୁଟୋ ଭାରତକୁ ଧମକ ଦେଇଛନ୍ତି ।
ଶୁକ୍ରବାର ଏକ ଜନସଭାକୁ ସମ୍ବୋଦନ କରି ବିଲାୱଲ କହିଛନ୍ତି, ସିନ୍ଧୁ ନଦୀରେ ଆମ ପାଣି ବୋହିବ, ନଚେତ୍ ସେମାନଙ୍କ ରକ୍ତ ବୋହିବ । ସିନ୍ଧୁ ନଦୀ ଆମର ଏବଂ ଆମର ସବୁବେଳ ପାଇଁ ହୋଇ ରହିବ ।
ସିନ୍ଧୁ ଜଳ ସନ୍ଧିକୁ ଚୁଟକିରେ ଭାଙ୍ଗିବା ସମ୍ଭବ ନୁହେଁ । ଆମେ ଏହାକୁ ମାନୁ ନାହୁଁ । ଆମ ଦେଶବାସୀ ମଧ୍ୟ ଏହାକୁ ସ୍ୱୀକାର କରିବେ ନାହିଁ । ହଜାର ବର୍ଷ ଧରି ଆମେ ସିନ୍ଧୁର ସନ୍ଧାନ ।
ପାକିସ୍ତାନୀ ନାଗରୀକ ଖୁବ୍ ସାହସୀ । ଆମେ ସମସ୍ତେ ମିିଶି ଏହାର ମୁକାବିଲା କରିବା । ଭାରତୀୟମାନଙ୍କୁ ମୁର୍ଖ ବନେଇବା ପାଇଁ ମୋଦି ମିଛ କହୁଛନ୍ତି । ସିନ୍ଧୁ ଜଳ ସନ୍ଧିକୁ ଏକତରଫା ଭାବେ ରୋକାଯିବା ପାକିସ୍ତାନ ବରଦାସ୍ତ କରିବ ନାହିଁ ।
୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୨୩ ତାରିଖରେ ଭାରତ ପାକିସ୍ତାନ ସହ ସିନ୍ଧୁ ଚୁକ୍ତିରୁ ନିଜକୁ ପ୍ରତ୍ୟାହାର କରିବା ନେଇ ବଡ଼ ଘୋଷଣା କରିିଥିଲା । ଯାହା ପାକିସ୍ତାନ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି ।
Either water of Indua river will flow, or Indian blood will”
– Bilawal Bhutto50 years ago, On 2nd July 1972, his maternal grandfather Zulfikar Ali Bhutto came to Shimla (India) and fell into the legs of PM of India and cried like a kid and said –
“Please give back our 93,000… pic.twitter.com/V5cYRAdFrH
— STAR Boy TARUN (@Starboy2079) April 26, 2025